ପ୍ରଥମ ଦିନରେ ମୋଦି ସରକାରଙ୍କ ପାଇଁ ଖରାପ ଖବର, ଜିଡିପି ୫.୮%କୁ ଖସିଲା, ବେକାରୀ ହାର ୪୫ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ତେବେ ପ୍ରଥମ ଦିନରୁ ହିଁ ଅର୍ଥନୈତିକ ଦିଗରୁ ସରକାରଙ୍କ ପାଇଁ ଏକ ଖରାପ ଖବର ଆସି ପହଞ୍ଚିଛି । ଜାନୁୟାରୀ-ମାର୍ଚ୍ଚ ତିନିମାସରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତ ୪ ବର୍ଷରେ ସର୍ବନିମ୍ନ । କୃଷି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଏହା ହୋଇଛି ବୋଲି ସରକାରୀ ରିପୋର୍ଟରୁ ଜଣାପଡିଛି ।

ଆଉ ଏକ ଚିନ୍ତାଜନକ ବିଷୟ ହେଲେ ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ୬.୮ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ସହରାଞ୍ଚଳର ମୋଟ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୭.୮ ପ୍ରତିଶତ ଓ ଗ୍ରାମାଞ୍ଚଳର ମୋଟ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୫.୨ ପ୍ରତିଶତ ବେକାର ଅଛନ୍ତି । ସେହିପରି ପୁରୁଷଙ୍କ ବେକାରୀ ହାର ୬.୨ ପ୍ରତିଶତ ଓ ମହିଳାଙ୍କ ବେକାରୀ ହାର ୫.୭ ପ୍ରତିଶତ ରହିଛି ।

ସମ୍ବନ୍ଧିତ ଖବର