ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ନୂଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୩୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ଏଥିରେ ଦୁଇଜଣ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ପୁଅ ବୈଭବ ଗେହଲଟ୍ ଏବଂ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ । ବୈଭବ ଯୋଧପୁର ଆସନରୁ ଏବଂ ମାନବେନ୍ଦ୍ର ସିଂହ ବାର୍ମେର ଆସନରୁ ନିର୍ବାଚନ ଲଢ଼ିବେ। ପ୍ରକାଶ ପାଇଥିବା ଏହି ତାଲିକାରେ ରାଜସ୍ଥାନରୁ ୧୯ ଏବଂ ଉତ୍ତରପ୍ରଦେଶ ଓ ଗୁଜରାଟରୁ ୬ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ଜିତେନ୍ଦ୍ର ସିଂହଙ୍କୁ ଅଲୱର ଆସନ ମିଳିଥିବାବେଳେ ଅନ୍ୟ ବରିଷ୍ଠ ନେତା ରାମନାରାୟଣ ମୀନାଙ୍କୁ କୋଟା, ସବିତା ମୀନାଙ୍କୁ ଦୌସା, ଜ୍ୟୋତି ଖଣ୍ଡେଲୱାଲ୍ଙ୍କୁ ଜୟପୁର , ନମୋ ନାରାୟଣ ମୀନାଙ୍କୁ ଟଙ୍କ-ସାୱାଇ ମାଧପୁର ଏବଂ ନଗୌର୍ରୁ ଜ୍ୟୋତି ମିର୍ଧାଙ୍କୁ ନିର୍ବାଚନ ଲଢ଼ିବାପାଇଁ ସୁଯୋଗ ମିଳିଛି। ଉତ୍ତରପ୍ରଦେଶରେ ମେଜର ଜେପି ସିଂହଙ୍କୁ ସମ୍ଭାଲ୍ ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ଦେଓରିଆରୁ ନିଆଜ ଅହମଦ ଏବଂ ଫୁଲପୁରରୁ ପଙ୍କଜ ନିରଂଜନଙ୍କୁ ପ୍ରାର୍ଥୀ କରାଯାଇଛି।
କଂଗ୍ରେସର ନୂଆ ତାଲିକାରେ ଗେହଲଟ୍ ଏବଂ ଯଶବନ୍ତ ସିଂହଙ୍କ ପୁଅ
/sambad/media/post_attachments/wp-content/uploads/2019/03/congress.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)