ରାହୁଲ ଗାନ୍ଧି ଦଳର ସଭାପତି ନହେଲେ କଂଗ୍ରେସ କର୍ମୀମାନେ ହତାଶ ହୋଇଯିବେ : ଗେହଲୋଟ୍

ନୂଆଦିଲ୍ଲୀ : କଂଗ୍ରେସର ନୂଆ ସଭାପତି କିଏ ହେବ ତାହାକୁ ନେଇ କଂଗ୍ରେସରେ ବିଚାରବିମର୍ଷ ଆରମ୍ଭ ହୋଇଥିବାବେଳେ ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏଥିପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ଏଣୁ ଏଥର ଜଣେ ଅଣ-ଗାନ୍ଧି ଚେହେରା କଂଗ୍ରେସର ମଙ୍ଗ ଧରିବା ଆଶା କରାଯାଉଛି ।

ମାତ୍ର ତାଙ୍କୁ ପୁଣି ସଭାପତି ଆସନରେ ବସାଇବାକୁ କଂଗ୍ରେସର ଏକ ଶକ୍ତିଶାଳୀ ଗୋଷ୍ଠୀ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଗଲାଣି । ଏହି ଗୋଷ୍ଠୀ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ବସ୍ତ ଭାବେ ଜଣାଶୁଣା । ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ବସ୍ତ ଭାବେ ଜଣାଶୁଣା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସୋମବାରଦିନ କହିଛନ୍ତି ଯେ ରାହୁଲ ଗାନ୍ଧି ପୁଣି ସଭାପତି ହୁଅନ୍ତୁ, ଏହା ଦଳର ସମସ୍ତେ ଚାହାନ୍ତି । ଯଦି ସେ ସଭାପତି ନହେବେ, ତେବେ ସାଧାରଣ କଂଗ୍ରେସ କର୍ମୀମାନେ ହତାଶ ହୋଇଯିବେ । ଦଳର ସର୍ବସମ୍ମତ ମତ ହେଉଛି ରାହୁଲ ସଂଗ୍ରେସ ସଭାପତି ହୁଅନ୍ତୁ । ଏଣୁ ଦଳର ମତକୁ ରାହୁଲ ଗ୍ରହଣ କରିବା ଉଚିତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଗତ ପ୍ରାୟ ୩୨ ବର୍ଷ ହେଲା ଗାନ୍ଧି ପରିବାରର କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ବା କେନ୍ଦ୍ରମନ୍ତ୍ରୀ ହୋଇନାହାନ୍ତି । ଏଣୁ କାହିଁକି ମୋଦୀ ଗାନ୍ଧି ପରିବାରକୁ ଡରୁଛନ୍ତି ? ଅରବିନ୍ଦ କେଜ୍ରିଓ୍ବାଲ କାହିଁକି କହୁଛନ୍ତି ଯେ ଗତ ୭୫ ବର୍ଷ ହେଲା ଦେଶରେ କୌଣସି କାମ ହୋଇନାହିଁ ବୋଲି ?

 

ସମ୍ବନ୍ଧିତ ଖବର