ନୂଆଦିଲ୍ଲୀ : ରାଜସ୍ଥାନ ରାଜନୈତିକ ସଙ୍କଟର ସମାଧାନ କରିବାପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ସଚିନ ପାଇଲଟଙ୍କୁ ମନାଇବା ପାଇଁ କୌଣସି ବିଶେଷ ପ୍ରୟାସ କରିବେ ବୋଲି ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ତାହା ଆଜି ମଉଳି ଯାଇଛି। ରାହୁଲ ପାଇଲଟ୍ଙ୍କ ନାମ ନନେଇ ଏନ୍ଏସ୍ୟୁଆଇର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯିଏ ଦଳ ଛାଡ଼ି ଯିବା କଥା ଯିବେ, ଯେଉଁମାନେ ଛାଡ଼ି ଆମେ ଦଳରେ ନୂତନ ଯୁବନେତାଙ୍କୁ ସର୍ବଦା ସ୍ବାଗତ କରିବୁ ବୋଲି ରାହୁଲ କହିଛନ୍ତି। ରାହୁଲଙ୍କ ଏଭଳି ବୟାନ ଯୋଗୁଁ ସେ ଆଉ ପାଇଲଟ୍ଙ୍କୁ ମନାଇବା ପ୍ରୟାସ କରିବେ ନାହିଁ ବୋଲି ଆଲୋଚନା ଜୋର୍ ଧରିଛି। ଏହା ପୂର୍ବରୁ ରାହୁଲ କହିଥିଲେ ଯେ ସଚିନଙ୍କ ପାଇଁ ଦ୍ବାର ତାଙ୍କ ପାଇଁ ସବୁବେଳେ ଖୋଲା ଅଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ମଧ୍ୟ ପାଇଲଟ୍ଙ୍କ ବିରୋଧରେ ସାର୍ବଜନୀନ ଭାବେ କିଛି ବିବୃତି ନଦେବାପାଇଁ ଆଜି କୁହାଯାଇଥିଲା। ପୂର୍ବରୁ ପାଇଲଟ୍ କ୍ୟାମ୍ପ୍ର ନେତାମାନେ ଅଭିଯୋଗ କରିଥିଲେ ଯେ, ରାହୁଲ ଗାନ୍ଧି ପାଇଲଟ୍ଙ୍କୁ ଭେଟିବା ସୁଯୋଗ ଦେଇନାହାନ୍ତି।
ଯିଏ ଯିବା କଥା ଯିବେ: ରାହୁଲ ଗାନ୍ଧୀ
ପାଇଲଟ୍ଙ୍କ ବିରୋଧରେ କିଛି କହିବାକୁ ଗେହଲଟ୍ଙ୍କୁ ମନା
/sambad/media/post_attachments/wp-content/uploads/2019/12/Rahul-Gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)