ନୂଆଦିଲ୍ଲୀ: ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଗେହ୍‌ଲଟ୍‌ଙ୍କ ଉତ୍ତରାଧିକାରୀ ଘୋଷଣା ସ୍ଥଗିତ ରଖାଯାଉ ବୋଲି ତାଙ୍କ ସମର୍ଥକମାନେ ଚାହୁଁଥିବା କଥା ଆଜି କେଂଗ୍ରେସର ‘ସେଣ୍ଟ୍ରାଲ୍‌ ଅବ୍‌ଜରଭର୍‌’ ଅଜୟ ମାକେନ୍‌ କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ବିଷୟରେ ଦଳର ଅଧ୍ୟକ୍ଷଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଥିବାରୁ ସ୍ବାର୍ଥଜନିତ ବିବାଦ ସୃଷ୍ଟି ହେଉଥିବା ପରି ମନେହୁଏ।

ମାକେନ୍‌ ଦର୍ଶାଇଛନ୍ତି ଯେ, ଦଳର ଅଧ୍ୟକ୍ଷ ନିର୍ବାଚନରେ ଗେହ୍‌ଲଟ୍‌ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାରୁ, ହୁଏ ତ ସେ ନିର୍ବାଚନ ଜିଣି ଅକ୍ଟୋବର ୧୯ ବେଳକୁ କଂଗ୍ରେସର ମୁଖ୍ୟ ହୋଇଯାଇଥାଇ ପାରନ୍ତି।

publive-image Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ଏ ବିଷୟରେ ବିଧି ଅନୁଯାୟୀ ଆମେ ଜଣ ଜଣ କରି ବିଧାୟକମାନଙ୍କ ସହିତ କଥାବାର୍ତ୍ତା କରିବୁ। ଯଦ୍ଦ୍ବାରା, ସେମାନେ ଅବାଧରେ ସେମାନଙ୍କ ଇଚ୍ଛା ବ୍ୟକ୍ତ କରିପାରି‌ବେ। ଗେହ୍‌ଲଟ୍‌ ନିଜ ସୁବିଧା ଅନୁସାରେ ଧାର୍ଯ୍ୟ କରିଥିବା ‘କଂଗ୍ରେସ ଲେଜିସ୍‌ଲେଟିଭ୍‌ ପାର୍ଟି’ ବୈଠକରେ ବିଧାୟକମାନେ ଯୋଗ ନ ଦେବା ଆଶ୍ଚର୍ଯ୍ୟର କଥା।

ରବିବାର ଦିନ ଗେହ୍‌ଲଟ୍‌ ଗୋଷ୍ଠୀ ସୂଚନା ଦେଇଥିଲେ ଯେ, ୨୦୨୦ରେ ଗେହ୍‌ଲଟ୍‌ଙ୍କ ବିରୋଧରେ ବିଦ୍ରୋହ କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲ୍‌ଙ୍କ ପ୍ରାର୍ଥୀତ୍ବ ଗ୍ରହଣୀୟ ନୁହେଁ।

ରାଜସ୍ଥାନରେ ଏଭଳି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ସଚିନ ପାଇଲଟ୍‌ କହିଛନ୍ତି ଯେ, ସେ ଜୟପୁରରେ ରହିବେ। ମୁଁ ଜୟପୁରରେ ଅଛି। ଏପର୍ଯ୍ୟନ୍ତ ଦିଲ୍ଲୀ ଯାଇନାହିଁ। ଆଗେ ହାଇକମାଣ୍ଡ୍‌ ଯାହା କରିବା କଥା କରନ୍ତୁ, ତା’ପରେ ମୁଁ ତାଙ୍କୁ ଭେଟିବି।