ମୁମ୍ବାଇ ପୁଲିସ ନାମରେ ଏସବୁ ସଙ୍ଗୀନ ଅଭିଯୋଗ ଆଣିଲେ ଗହନା ବଶିଷ୍ଠ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଅଡୁଆରେ ପଡିଥିବା ଅଭିନେତ୍ରୀ ଗହନା ବଶିଷ୍ଠ ଓରଫ ବନ୍ଦନା ତିୱାରୀ ଏବେ ମୁମ୍ବାଇ ପୁଲିସ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗହନା କହିଛନ୍ତି ଯେ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ରାଜ କୁନ୍ଦ୍ରା ଏବଂ ଏକତା କପୁରଙ୍କ ନାମ କହିବା ପାଇଁ ମୁମ୍ବାଇ ପୁଲିସ ତାଙ୍କ ଉପରେ ଚାପ ପକାଇଥିଲା। ଏହି ମାମଲାରେ ତାଙ୍କ ନାମ ନ ଆସିବା ପାଇଁ ମୁମ୍ବାଇ ପୁଲିସ ତାଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଛି ବୋଲି ଗହନା ଅଭିଯୋଗ ଆଣିଛନ୍ତି ।

ଗହନା କହିଛନ୍ତି ଯେ ପୁଲିସ ତାଙ୍କୁ କହିଥିଲା ଯେ ଯଦି ତାଙ୍କୁ(ପୁଲିସ) ୧୫ ଲକ୍ଷ ଟଙ୍କା ଦିଆଯାଏ ତେବେ ଗିରଫ କରାଯିବ ନାହିଁ। ସୂଚନା ଥାଉ କି ଏହି ମାମଲାରେ ଗହନାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା, ଏହା ପରେ ସେ ପ୍ରାୟ ୪ ମାସ ଜେଲରେ ଥିଲେ। ଗହନାଙ୍କୁ ଗତ ୨ଟି ମାମଲାରେ ଜାମିନ ମିଳିଛି ଏବଂ ଗତ ସପ୍ତାହରେ ମୁମ୍ବାଇ ପୁଲିସ ତାଙ୍କ ନାମରେ ଏକ ନୂଆ ମାମଲା ଯୋଡ଼ିଛି |

ଗହନା କହିଛନ୍ତି, ‘ମୁଁ ସହମତ ଯେ ମୁଁ ରାଜ କୁନ୍ଦ୍ରାଙ୍କ ମୋବାଇଲ୍ ଆପ୍ ପାଇଁ କିଛି ବୋଲ୍ଡ ଭିଡିଓ କରିଥିଲି କିନ୍ତୁ ଏହି ଭିଡିଓଗୁଡିକ ଅଶ୍ଳୀଳ ନୁହେଁ।’ ଗହନା ଆହୁରି କହିଛନ୍ତି, ‘ମୁଁ ମୁମ୍ବାଇ ପୁଲିସ ଅଧିକାରୀଙ୍କୁ ଟଙ୍କା ଦେଇ ନାହିଁ କାରଣ ମୁଁ ଜାଣିଥିଲି ଯେ ମୁଁ କିଛି ଭୁଲ କରି ନାହିଁ। ସେଥିପାଇଁ ମୁଁ ବାରମ୍ବାର କହୁଛି ଯେ ମୁଁ କିମ୍ବା ରାଜ କୁନ୍ଦ୍ରା କିଛି ଭୁଲ କରିନାହୁଁ। ‘

ସମ୍ବନ୍ଧିତ ଖବର