ନୂଆଦିଲ୍ଲୀ: ଭାରତୀୟ ସେନାମୁଖ୍ୟ (ସିଡିଏସ୍) ଜେନେରାଲ ବିପିନ ରାଓ୍ଵତଙ୍କ ସମେତ ତାଙ୍କର ପରିବାର ବର୍ଗ ଓ କର୍ମଚାରୀଙ୍କୁ ଧରି ଯାତ୍ରା କରୁଥିବା ହେଲିକପ୍ଟରଟି ଆଜି ତାମିଲନାଡ଼ୁରେ ଦୁର୍ଘଟଣା ଗ୍ରସ୍ତ ହେବାପରେ ସ୍ତବ୍ଧ ହୋଇପଡ଼ିଛି ଭାରତୀୟ ବାୟୁସେନା। ହେବା ପାଇଁ ମଧ୍ୟ ଯଥେଷ୍ଟ କାରଣ ରହିଛି। କାରଣ, ବାୟୁସେନାର ଯେଉଁ ହେଲିକପ୍ଟରରେ ସେନାମୁଖ୍ୟ ଉଡ଼ାଣ ଭରିଥିଲେ ସେଇଟି ଥିଲା ବାୟୁସେନାର ଏମ୍ଆଇ-୧୭ଭି-୫ ହେଲିକପ୍ଟଟର। ଯାହାକି ‘ସବୁଠାରୁ ସୁରକ୍ଷିତ’ ଏବଂ ‘ଅତ୍ୟନ୍ତ ନିର୍ଭରଯୋଗ୍ୟ’। ଏବଂ ଏହି ହେଲିକପ୍ଟରକୁ ବାୟୁସେନାର ‘କାର୍ଯ୍ୟଘୋଡ଼ା’ (ଓ୍ଵାର୍କହର୍ସ) ବୋଲି କହିଥାନ୍ତି ପୂର୍ବତନ ସେନା ଅଧିକାରୀ ଓ ଦେଶର ପ୍ରତିରକ୍ଷା ବିଶେଷଜ୍ଞ।
ଏମ୍ଆଇ-୧୭ଭି-୫ ହେଲିକପ୍ଟଟର ହେଉଛି ରୁଷ ନିର୍ମିତ ଏମଆଇ-୧୭ ପରିବହନ ହେଲିକପ୍ଟଟର ସିରିଜର ସଦ୍ୟତମ ଓ ସର୍ବଶେଷ ଦ୍ୱୈତ (ଟୁଇନ୍) ଇଞ୍ଜିନ୍ ବିଶିଷ୍ଟ ହେଲିକପ୍ଟର। ଭାରତୀୟ ବାୟୁସେନାରେ ଏହି ହେଲିକପ୍ଟରକୁ ନିୟମିତ ଭାବରେ ବ୍ୟବହାର କରା ଯାଇଥାଏ। କାରଣ, ଏହି ହେଲିକପ୍ଟରଟି ଉଚ୍ଚ-ଉଚ୍ଚତାରେ ଯାତ୍ରା ପାଇଁ ସବୁଠାରୁ ଉନ୍ନତ ସାମରିକ ପରିବହନ ମଧ୍ୟରୁ ଗୋଟିଏ। ଯାହା ଯେକୌଣସି ଭୌଗଳିକ ସ୍ଥିତି ଏବଂ ପାଣିପାଗରେ ବ୍ୟବହୃତ ହୋଇପାରିବ, ଏହା ଭାରତୀୟ ପ୍ରତିରକ୍ଷା ବାହିନୀ ଦ୍ୱାରା ବ୍ୟବହୃତ ସବୁଠାରୁ ଶକ୍ତିଶାଳୀ ହେଲିକପ୍ଟଟ ମଧ୍ୟରୁ ଗୋଟିଏ ମଧ୍ୟ।
/sambad/media/post_attachments/wp-content/uploads/2021/12/mi-17v5-helicopter.jpg)
୨୦୧୩ରୁ ୨୦୧୮ ମଧ୍ୟରେ ଭାରତୀୟ ବାୟୁସେନା ପାଇଁ ଏହି ହେଲିକପ୍ଟରଗୁଡ଼ିକର କ୍ରୟ କରାଯିବା ସହ ବାୟୁସେନାର ଅନ୍ତର୍ଭୁକ୍ତ କରାଯାଇଥିଲା। ଅଧିକାଂଶ ବିଶେଷଜ୍ଞ ଏହାକୁ ଏକ ଅତ୍ୟନ୍ତ ନିର୍ଭରଯୋଗ୍ୟ, ନିରାପଦ, ସ୍ଥିର ଏବଂ ବୃହତ ହେଲିକପ୍ଟଟର ଭାବରେ ବର୍ଣ୍ଣନା କରିଥିଲେ। ଫଳରେ ଏହି ହେଲିକପ୍ଟରକୁ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କୁ ନିରାପଦ ପରିବହନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା।
ଉପଲବ୍ଧ ସୂଚନା ଅନୁଯାୟୀ - ରୁଷୀୟ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ସଂସ୍ଥା ପକ୍ଷରୁ ଏହି ହେଲିକପ୍ଟଟରଟି କାର୍ଗୋ କ୍ୟାବିନ୍ ଭିତରେ କିମ୍ବା ବାହ୍ୟ ସ୍ଲିଙ୍ଗରେ କର୍ମଚାରୀ, କାର୍ଗୋ ଏବଂ ଉପକରଣ ପରିବହନ କରିବା, କୌଶଳପୂର୍ଣ୍ଣ ବିମାନ ଆକ୍ରମଣ ବାହିନୀ ଏବଂ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ପାଇଁ ମଧ୍ୟ ଡିଜାଇନ୍ କରାଯାଇଛି।
ତେବେ, ଜେନେରାଲ ବିପିନ ରାଓ୍ଵତଙ୍କ ସମେତ ତାଙ୍କର ପରିବାର ବର୍ଗ ଓ କର୍ମଚାରୀଙ୍କୁ ଧରି ଯାତ୍ରା କରୁଥିବା ଏହି ହେଲିକପ୍ଟଟଗୁଡ଼ିକ ମଧ୍ୟରୁ ଗୋଟିଏ ଆଜି ତାମିଲନାଡ଼ୁରେ ଦୁର୍ଘଟଣା ଗ୍ରସ୍ତ ହେବା ଘଟଣା ଦୁର୍ଘଟଣା ବିଶେଷଜ୍ଞମାନଙ୍କୁ ବିସ୍ମିତ କରିଛି ଏବଂ ଭାରତୀୟ ବାୟୁସେନା ଆଖିରୁ ନିଦ ହଜାଇ ଦେଇଛି। ସେଥିପାଇଁ ଭାରତୀୟ ବାୟୁସେନା ଏହି ଦୁର୍ଘଟଣାର କାରଣ ଖୋଜିବାକୁ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Bipin-Rawat-Was-Traveling-With-High-Security-Helicopter_Thumbnail-1.jpg)