ଲିଙ୍ଗଗତ ସମାନତା ସରକାରଙ୍କର ଗରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ଲିଙ୍ଗଗତ ସାମ୍ୟତା ହେଉଛି ସରକାରଙ୍କର ଗରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ର ଆଇନ ଓ ନ୍ୟାୟ, ଯୋଗାଯୋଗ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ଭାରତୀୟ ସଂସଦରେ ମହିଳାଙ୍କ ନିମନ୍ତେ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରସାଦ କହିଛନ୍ତି, ଲିଙ୍ଗଗତ ସମାନତା ହେଉଛି ସରକାରଙ୍କର ପ୍ରମୁଖ ପ୍ରତିବଦ୍ଧତା। ସମ୍ବିଧାନ ସଂଶୋଧନ ଲାଗି ପାର୍ଲାମେଣ୍ଟ୍‌ରେ ବିଲ୍‌ ଆଗତ ହେବା ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହମତି ଆଧାରରେ ଏ ସଂକ୍ରାନ୍ତରେ ଯତ୍ନଶୀଳ ବିଚାରବିମର୍ଶ ଲୋଡ଼ା।

Image Courtesy The Financial Express

ଶ୍ରୀ ପଟ୍ଟନାୟକ ପ୍ରଶ୍ନରେ ଉଲ୍ଲେଖ କରିଥିଲେ, ଭାରତୀୟ ସଂସଦରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସରକାରଙ୍କର କିଛି ପ୍ରସ୍ତାବ ଅଛି କି? ଯଦି ଅଛି, ତା’ର ସବିଶେଷ ବିବରଣୀ ଦିଅନ୍ତୁ। ଯଦି ନାହିଁ, ତେବେ ଏହାର କାରଣ ଉଲ୍ଲେଖ କରନ୍ତୁ। ଭାରତୀୟ ସଂସଦରେ ଅଧିକ ମହିଳାପ୍ରତିନିଧିତ୍ୱ ଓ ସମ୍ପୃକ୍ତି ଲାଗି ସରକାର କି ପଦକ୍ଷେପ ନେଇଛନ୍ତି। ଅଧିକ ମହିଳାଙ୍କ ପ୍ରବେଶ ଏବଂ ଅଂଶଗ୍ରହଣ ନିମନ୍ତେ ଭାରତୀୟ ରାଜନୀତିକୁ ସୁଗମ କରିବା ନିମନ୍ତେ ସରକାର କ’ଣ ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର