ମୁମ୍ବାଇ: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ପ୍ରତିଦିନ ସଂଖ୍ୟା ବଢ଼ିବା ସହ ଗରିବଠୁ ନେଇ ଧନୀ ପର୍ଯ୍ୟନ୍ତ ସମସ୍ତେ କରୋନା କବଳକୁ ଆସି ସାରିଛନ୍ତି। ପୂର୍ବରୁ ଅନେକ ନେତା-ଅଭିନେତା କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ମିଳିଥିଲା। ସେମାନେ ନିଜ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଥିଲେ। ହେଲେ ବଲିଉଡ ଅଭିନେତ୍ରୀ ଜେନେଲିୟା ଡି’ସୁଜା ନିଜର କରୋନା ଆକ୍ରାନ୍ତ ହେବା ଖବର କାହାକୁ ଜଣାଇନଥିବା ସାମ୍ନାକୁ ଆସିଛି। ୩ସପ୍ତାହ ପରେ ସୁସ୍ଥ ହେବା ପରେ ଏବେ କରୋନା ଆକ୍ରାନ୍ତ ଥିବା ନେଇ ଜଣାଇଛନ୍ତି ଜେନେଲିଆ । ନିଜ ଇନଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ କରି ସେ ଏହି ଖବର ଦେଇଛନ୍ତି।
View this post on Instagram
ପୋଷ୍ଟରେ ସେ ଲେଖିଛନ୍ତି, ତିନି ସପ୍ତାହ ପୂର୍ବରୁ ମୁଁ କରୋନା ଆକ୍ରାନ୍ତ ହୋଇଥିଲି। ମୋର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା। ମୋ ମଧ୍ୟରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ଏବେ ୨୧ଦିନ ପରେ ମୋର ରିପୋର୍ଟ ନେଗେଟିଭ ଆସିଛି। ୨୧ଦିନ ଆଇସୋଲେସନରେ ରହିବା ମୋ ପାଇଁ ସହଜ ନଥିଲା। ଏବେ ମୋର ରିପୋର୍ଟ ନେଗେଟିଭ୍ ଆସିବା ପରେ ପୁଣି ଥରେ ମୋ ପରିବାର ସହ ସମୟ ବିତାଇ ମୁଁ ଖୁସି। କରୋନାକୁ ହରାଇବା ପାଇଁ ଶୀଘ୍ର ପରୀକ୍ଷା କରନ୍ତୁ, ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ଫିଟ୍ ରୁହନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/t-222.jpg)