ସ୍ଥଳସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ହୋଇପାରନ୍ତି ଭାରତର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ

ନୂଆଦିଲ୍ଲୀ : ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ଭାରତର ପ୍ରଥମ ପ୍ରତିରକ୍ଷା ବାହିନୀ ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ)  ହେବାର ସମ୍ଭାବନା ରହିଛି । ସେ ଏବେ ତିନି ସେନା ମୁଖ୍ୟଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ  ରହିଛନ୍ତି । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସେ କାର୍ଯ୍ୟଭାର ଗ୍ରହଣ କରିବାର ସମ୍ଭାବନା ରହିଛି, କାରଣ ସେହି ସମୟରେ ସେ ଅବସର ଗ୍ରହଣ କରିବେ । ଅନ୍ୟପକ୍ଷରେ ସିଡିଏସଙ୍କ କାର୍ଯ୍ୟକାଳ, କାର୍ଯ୍ୟାବଳୀ ସମ୍ପର୍କରେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସରକାର ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ଅବସରରେ ତିନି ସେନାର ଜଣେ ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ ରହିବେ ବୋଲି ଘୋଷଣା କରିଥିଲେ । ସେ କେବଳ ଭାରତର ତିନି ସେନା ସେନା, ନୌସେନା ଓ ବାୟୁସେନାର ମୁଖ୍ୟ ନୁହେଁ, ବରଂ ଭାରତ ଗଠନ କରୁଥିବା ଆଉ କେତେକ ନୂଆ ପ୍ରକାରର ସେନା ଯଥାସ୍ପେଶ କମାଣ୍ଡ, ସାଇବର କମାଣ୍ଡ ଆଦିର ମଧ୍ୟ ମୁଖ୍ୟ ରହିବେ ।

 

ସମ୍ବନ୍ଧିତ ଖବର