ନୂଆଦିଲ୍ଲୀ : ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଆଜି ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେନେରାଲ୍ ପାଣ୍ଡେଙ୍କୁ ଏହି ପଦକ ପ୍ରଦାନ କରିଛନ୍ତି ଏବଂ ଏଥିସହ ଅନ୍ୟ ୬ ଜଣଙ୍କୁ ମରଣୋତ୍ତର ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ମୋଟ୍ ୧୩ ସୌର୍ଯ୍ୟ ଚକ୍ର ସହିତ ୧୪ ପରମ ବିଶିଷ୍ଟ ସେବା ପଦକ, ୪ଟି ଉତ୍ତମ ଯୁଦ୍ଧ ସେବା ପଦକ ଏବଂ ୨୪ଟି ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି। କ୍ୟାପଟେନ୍ ଆଶୁତୋଷ କୁମାର (୧୮ ମାଡ୍ରାସ୍), ଏନ୍ବି ସୁବେଦାର ଶ୍ରୀଜିଥ ଏମ୍ (୧୭ ମାଡ୍ରାସ୍), ହାବିଲଦାର ଅନିଲ ତୋମର (୪୪ ଆରଆର୍), ପିଙ୍କୁ କୁମାର (୩୪ ଆର୍ଆର୍) , କୋ. ବୋମ୍ମାନାଲ୍ଲି (୪୪ ଆରଆର୍), ସିପାହୀ ଯଶୋବନ୍ତ ରେଡ୍ଡି (୧୭ ମାଡ୍ରାସ୍)ଙ୍କୁ ସେମାନଙ୍କ ବୀରତ୍ବ ପାଇଁ ମରଣୋତ୍ତର ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି।
ଜେନେରାଲ ମନୋଜ ପାଣ୍ଡେଙ୍କୁ ପରମ ବିଶିଷ୍ଟ ସେବା ପଦକ: ୬ ଜଣଙ୍କୁ ମରଣୋତ୍ତର ସୌର୍ଯ୍ୟଚକ୍ର ସମ୍ମାନ
/sambad/media/post_attachments/wp-content/uploads/2022/05/f56s4h65f4sf65hfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)