ଜେନେରାଲ ମୋଟର୍ସରେ ପ୍ରଥମ ମହିଳା ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ନିଯୁକ୍ତି ପାଇଲେ ଭାରତୀୟ ବଂଶୋଦ୍ଭବ ଦିବ୍ୟା ସୂର୍ଯ୍ୟଦେବରା

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଦିବ୍ୟା ସୂର୍ଯ୍ୟଦେବରାଙ୍କୁ ଆମେରିକାର ସବୁଠାରୁ ବଡ଼ ବାହାନ କମ୍ପାନି ଜେନେରାଲ ମୋଟର୍ସର ମୁଖ୍ୟ ବିତ୍ତୀୟ ଅଧୀକାରୀ ଭାବେ ନିଯୁକ୍ତି ମିଳିଥିବା ଜଣା ପଡ଼ିଛି । ଦିବ୍ୟା ଏବେ କମ୍ପାନିର କର୍ପୋରେଟ୍‌ ଫାଇନାନ୍ସର ଉପାଧ୍ୟକ୍ଷ ଥିବା ବେଳେ ସେପ୍ଟେମ୍ବରରେ ଜେନେରାଲ ମୋଟର୍ସର ମୁଖ୍ୟ ବିତ୍ତୀୟ ଅଧିକାରୀ ଚକ୍‌ ଷ୍ଟିଭେନ୍ସଙ୍କ ସ୍ଥାନ ନେବେ ବୋଲି କମ୍ପାନି ତରଫରୁ ଘୋଷଣା କରାଯାଇଛି ।
ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା ଦିବ୍ୟା ଜୁଲାଇ ୨୦୧୭ରୁ ଜେନେରାଲ ମୋଟର୍ସରେ କର୍ପୋରେଟ୍‌ ଫାଇନାନ୍ସର ଉପାଧ୍ୟକ୍ଷ ଭାବେ କାମ କରି ଆସୁଥିବା ସୂଚନା ମିଳିଛି ।

punjabkesari.in

ଜେନେରାଲ ମୋଟର୍ସରେ ଦିବ୍ୟା ପ୍ରଥମ ଭାରତୀୟ ମହିଳା ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି । ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା ଦିବ୍ୟା ଚେନ୍ନାଇରେ ଥିବା ମଦ୍ରାସା ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ କରିଥିଲେ । ଏହା ପରେ ଅଧିକ ପାଠ ପଢ଼ିବା ପାଇଁ ସେ ଆମେରିକା ଚାଲି ଯାଇଥିଲେ । ଏମ୍‌ବିଏ ଡ଼ିଗ୍ରି ହାସଲ କରିବା ପରେ ସେ ୟୁବିଏସ୍‌ ବ୍ୟାଙ୍କରେ ପ୍ରଥମ ଚାକିରି ଜୀବନ ଆରମ୍ଭ କରିଥିଲେ । ୟୁବିଏସ୍‌ ବ୍ୟାଙ୍କରେ ଗୋଟେ ବର୍ଷ କାମ କରିବା ପରେ ୨୫ବର୍ଷ ବୟସରେ ସେ ଜେନେରାଲ ମୋଟର୍ସ ସହ ଯୋଡ଼ି ହୋଇଥିଲେ ।

ସମ୍ବନ୍ଧିତ ଖବର