ଭାରତ ଇଞ୍ଚେ ବି ଜମି ହରାଇନାହିଁ  : ସେନାମୁଖ୍ୟ

ନୂଆଦିଲ୍ଲୀ :  ଗତ ବର୍ଷ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତ ଇଞ୍ଚେ ବି ଜମି ହରାଇନାହିଁ ବୋଲି ସେନାମୁଖ୍ୟ ଜେନେରାଲ ଏମଏମ ନାରାଓ୍ବାଣେ କହିଛନ୍ତି । ଚୀନ ସହ ହୋଇଥିବା ୯ ସ୍ତରୀୟ କୋର କମାଣ୍ଡର ବୈଠକ ପରେ ଚୀନ ସେନା ପୂର୍ବ ଲଦାଖରୁ ପଛକୁ ହଟିଥିଲା ଓ ତା’ପରଠାରୁ ଉକ୍ତ ଅଞ୍ଚଳରେ ଶାନ୍ତି ରହିଛି ବୋଲି ସେ  କହିଛନ୍ତି ।

ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଗତ ଫେବ୍ରୁଆରି ୧୦ରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେବେଠାରୁ ଯୋଜନା ଅନୁସାରେ ସୈନ୍ୟପ୍ରତ୍ୟାହାର ଚାଲିଛି । ପେଙ୍ଗୟାଂ ସୋର ଉତ୍ତର ଓ ଦକ୍ଷିଣ ପଟୁ ଓ କୈଳାଶ ରେଂଜରେ ମୁତୟନ ଥିବା ସୈନ୍ୟମାନେ ନିଜ ନିଜର ନିକଟତମ ସ୍ଥାନୀୟ ଶିବିରକୁ ଚାଲିଗଲେଣି । ଏଣୁ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଯେଉଁ ବିପଦର ଆଶଙ୍କା ଥିଲା ତାହା ଏବେ ଦୂରୀଭୂତ ହୋଇଛି । କିନ୍ତୁ ଚୀନକୁ ଭାରତ ଇଞ୍ଚେ ବି ଜମି ଛାଡ଼ିନାହିଁ । ଆମେ ପୂର୍ବରୁ ଯେଉଁଠି ଥିଲୁ ଏବେ ବି ସେଇଠି ରହିଛୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର