ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସାଧାରଣ ବର୍ଗର ଲୋକଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବାପାଇଁ ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଥିବା ବେଳେ ଆଜି ଏହାକୁ ସୁପ୍ରିମ୍ କୋର୍ଟରେ ଚ୍ୟାଲେଂଜ କରାଯାଇଛି। ‘ୟୁଥ୍ ଫର ଇକ୍ବାଲିଟି’ ନାମକ ଏକ ସଂଗଠନ ପକ୍ଷରୁ ଏହି ବିଲ୍କୁ ଜୋର୍ଦାର ବିରୋଧ କରାଯାଇ ମାମଲା ରୁଜୁ କରାଯାଇଛି। ଆବେଦନରେ କୁହାଯାଇଛି ଯେ ଆର୍ଥିକ ମାପଦଣ୍ଡକୁ ସଂରକ୍ଷଣର ଏକମାତ୍ର ଆଧାର କରାଯାଇ ପାରିବ ନାହିଁ। ସମାନତାର ଅଧିକାର ଏବଂ ସମ୍ବିଧାନର ମୂଳ ଢାଞ୍ଚାକୁ ଏଭଳି ବ୍ୟବସ୍ଥା ସୁହାଉନାହିଁ ବୋଲି ଦର୍ଶାଯାଇଛି । ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନାଗରାଜ ବନାମ ଭାରତ ସରକାର ମାମଲାରେ ସୁପ୍ରିମ୍ କୋର୍ଟ ଦେଇଥିବା ରାୟର ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି। ୧୯୭୩ ରେ ୧୩ ଜଣିଆ ସମ୍ବିଧାନ ପୀଠ କହିଥିଲେ ଯେ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟଗୁଡ଼ିକୁ ସଂସଦ ବଦଳାଇ ପାରିବ ନାହିଁ। ସରକାରଙ୍କ ନୂଆ ବିଲ୍ରେ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ରହିଥିଲେ ସଂରକ୍ଷଣ ସୁବିଧା ଦେବାପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ମଧ୍ୟ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଯାଇଛି। ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହା କାର୍ଯ୍ୟକାରୀ ହେବ।
ସାଧାରଣ ବର୍ଗଙ୍କ ୧୦% ସଂରକ୍ଷଣକୁ ସୁପ୍ରିମ୍ କୋର୍ଟରେ ଚ୍ୟାଲେଂଜ
/sambad/media/post_attachments/wp-content/uploads/2019/01/supreme-court-pti-3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)