ପାକିସ୍ତାନକୁ ସେନାମୁଖ୍ୟ ବିପିନ ରାଓ୍ୱତଙ୍କ ଚେତାବନୀ : ସୀମା ଉଲ୍ଲଙ୍ଘନ କଲେ ପରିଣାମ ସାଂଘାତିକ ହେବ
ନୂଆଦିଲ୍ଲୀ: ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ବିପିନ ରାଓ୍ୱତ । ପାକିସ୍ତାନ ସୀମା ଉଲ୍ଲଙ୍ଘନ କଲେ ସାଂଘାତିକ ପରିଣାମ ହେବ ବୋଲି ଚେତାଇ ଦେଇଛନ୍ତି ସେନାମୁଖ୍ୟ ରାୱତ । ସେ କହିଛନ୍ତି, ଯଦି ପାକିସ୍ତାନ ଏଲଓସିରେ ଉପଦ୍ରବ କରିବାକୁ ଚାହୁଁଛି ତା’ହେଲେ ଆସୁ, ତାର ଉଚିତ ଜବାବ ଦିଆଯିବ । ସେହିପରି ଜମ୍ମୁକାଶ୍ମୀର ସ୍ଥିତିକୁ ନେଇ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୂର୍ବ ଅପେକ୍ଷା କାଶ୍ମୀର ଜନସାଧାରଣଙ୍କ ସହ ଆମର କଥାବାର୍ତା ସ୍ବାଭାବିକ ହୋଇଛି । ବିନା ବନ୍ଧୁକରେ ଆମେ ସେମାନଙ୍କୁ ଭେଟିଛୁ । ଆଶା କରୁଛୁ ଆଗକୁ ବି ବିନା ବନ୍ଧୁକରେ ସେମାନଙ୍କୁ ଭେଟୁଥିବୁ ।
Sambad is now on WhatsApp
Join and get latest news updates delivered to you via WhatsApp
ଧାରା ୩୭୦ ଉଚ୍ଛେଦ ପରେ ଏବେ ଲଦାଖ ସୀମାର ବିପରୀତ ପାଶ୍ୱର୍ରେ ପାକିସ୍ତାନ ସୈନ୍ୟ ଠୁଳ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା । ପାକିସ୍ତାନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଦାବି କରିଥିଲେ ଯେ ଭାରୀ ଅସ୍ତ୍ରଶସ୍ତ୍ର ସହ ପାକିସ୍ତାନ ସେନା ଏଲଓସି ଆଡକୁ ଆସୁଛି । ଆଉ ସେମାନଙ୍କୁ ପିଓକେ ଲୋକ ସ୍ୱାଗତ କରୁଥିବା ମଧ୍ୟ ସେ ଦାବି କରିଥିଲେ । ଏହାସହ ଲଦାଖ ନିକଟରେ ପାକିସ୍ତାନ ବାୟୁସେନା ଯୁଦ୍ଧ ବିମାନ ମୁତୟନ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ତେଣୁ ଲଦାଖ ସୀମା ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିବା ସହ ପାକିସ୍ତାନୀ ସେନାର ଗତିବିଧିକୁ ମଧ୍ୟ ଅନୁଧ୍ୟାନ କରୁଛି ।