ଜେନେକ୍ସ ସଂଗଠନର ବଡ ପଦକ୍ଷେପ: ଝିଅ ଜନ୍ମ ହେଲେ ମିଳିବ ୧୧ ହଜାର ଟଙ୍କା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ନୂଆଦିଲ୍ଲୀ: ଝିଅମାନଙ୍କୁ ସଶକ୍ତ କରାଇବା ପାଇଁ ବଡ଼ ପଦକ୍ଷେପ ନେଇଛି ଜେନେକ୍ସ ସଂଗଠନ । କନ୍ୟାସନ୍ତାନ ଜନ୍ମ ହେଲେ ଜେନେକ୍ସ ଦେବ ୧୧ ହଜାର ଟଙ୍କା । ଜେନେକ୍ସ ନିଜ ଶିଶୁ ବିକାଶ କାର୍ଯ୍ୟକ୍ରମ ଜରିଆରେ ଏହି କାମ ଆରମ୍ଭ କରିଛି । ଝିଅ ଜନ୍ମ ହେଲେ ୧୧ ହଜାର ଟଙ୍କାର ଫିକ୍ସ ଡିପୋଜିଟ ସୁବିଧା ଉପଲବ୍ଧ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ସୁବିଧା ପାଇବା ପାଇଁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ହେବ । ଏହି ସୁବିଧାର ଲାଭ ଦେଶର ସବୁ ନାଗରିକ ପାଇପାରିବେ । ଏଥିପାଇଁ www.genexchild.com କୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ । ରେଜିଷ୍ଟ୍ରେସନ ପାଇଁ କୌଣସି ବି ଶୁଳ୍କ ଦେବାକୁ ପଡିବ ନାହିଁ ।

ଏହି ଯୋଜନା ଦ୍ୱାରା ଶିଶୁ କନ୍ୟାଟି ୧୮ବର୍ଷରେ ପାଦ ଦେବା ପରେ ତା’ନାମରେ ରଖାଯାଇଥିବା ଟଙ୍କାକୁ ବ୍ୟବହାର କରି ସେ ନିଜ ପାଠପଢା, ବାଣିଜ୍ୟ ଓ ବିବାହରେ ବ୍ୟବହାର କରିପାରିବ । ଏନେଇ ଜେନେକ୍ସର ପ୍ରତିଷ୍ଠାତା ପଙ୍କଜ ଗୁପ୍ତା କହିଛନ୍ତି କି, ଆମେ ଆମର ୧,୫୦,୦୦୦ ନେଟୱାର୍କ ପାର୍ଟନର(ନେଟୱାର୍କ ସହଯୋଗୀ )ଙ୍କ ସହ ମିଶି ଏହି ପଦକ୍ଷେପ ନେଇଛୁ | ପରବର୍ତ୍ତୀ ପିଢ଼ିକୁ ସ୍ୱାଧୀନ କରିବା ଦିଗରେ ଏହା କେବଳ ଏକ ଛୋଟ ପଦକ୍ଷେପ | ଏହି ପଦକ୍ଷେପରେ କୌଣସି ବିଦେଶୀ ପାଣ୍ଠି ବିନିଯୋଗ ହୋଇନାହିଁ ଏବଂ ଏହା ଦ୍ୱାରା ପିତାମାତାଙ୍କ ଉପରେ ମଧ୍ୟ କୌଣସି ଆର୍ଥିକ ବୋଝ ରହିବ ନାହିଁ | ଜେନେକ୍ସ ଏବଂ ଭାରତୀୟ ସ୍ୱାସ୍ଥ୍ୟସେବା ସହଭାଗୀମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଛି।

men, women, gender, discrimination, equality
business-standard.com

ସମାଜରେ ନାରୀମାନଙ୍କୁ ଅବଳା ଦୁର୍ବଳା ବୋଲି କୁହାଯାଉଥିବା ବେଳେ ଜେନେକ୍ସ ସଂଗଠନ ଝିଅମାନଙ୍କୁ ସଶକ୍ତ କରିବାରେ ଲାଗିପଡିଛି । ଦେଶରେ ଲିଙ୍ଗଗତ ସମାନତା ଉପରେ କାମ କରୁଛି ଜେନେକ୍ସ ସଂଗଠନ । ଦେଶରେ ପୁଅ-ଝିଅଙ୍କ ମଧ୍ୟରେ ହେଉଥିବା ଭେଦଭାବକୁ ଦୂର କରିବାକୁ ସଂଗଠନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ମଧ୍ୟ ସଂଗଠନ ଏଭଳି ଲିଙ୍ଗଗତ ସମାନତା ଉପରେ ଅନେକ କାମ କରିସାରିଛି ।

ସମ୍ବନ୍ଧିତ ଖବର