ବାରାଣସୀ: ଶନିବାର ଦିନ ସୋନଭଦ୍ରା ଜିଲ୍ଲାସ୍ଥିତ ରବର୍ଟଗଞ୍ଜ ରେଳ ଷ୍ଟେସନ୍ରେ ଜଣେ ଜର୍ମାନ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରାଯାଇଛି।
ଅମନ କୁମାର ନାମଧ୍ୟେୟ ଜଣେ ବ୍ୟକ୍ତିଙ୍କ ଅଭିବାଦନର ଉତ୍ତର ନ ଦେବାରୁ ହଲ୍ଗର୍ ଏରିକ୍ ମିସ୍ ତାଙ୍କ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି। ପରେ ବିହାରର ସେ ଇଲେକ୍ଟ୍ରିସିଆନ୍ ଅମନ କୁମାରଙ୍କୁ ଗିରଫ କରାଯାଇଛି।
ଜିଆର୍ପିଙ୍କ କହିବା ଅନୁସାରେ, ଅଘୋରି ଦୁର୍ଗ ଦେଖିବା ପାଇଁ ଶନିବାର ଦିନ ସୋନଭଦ୍ରା ଠାରେ ହଲ୍ଗର୍ ପହଞ୍ଚିଥିଲେ। ତା’ପରେ ସେ ରବର୍ଟଗଞ୍ଜ୍ ଷ୍ଟେସନ୍ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଅମନ୍ ଅଭିବାଦନ ଜଣାଇ ଥିଲା ବୋଲି କୁହାଯାଉଛି।
ହଲ୍ଗର୍ କହିଛନ୍ତି: ଅମନଙ୍କ ସହ କଥାବାର୍ତ୍ତା କରିବାକୁ ତାଙ୍କର ଆଗ୍ରହ ନ ଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ କୁମାର ତାଙ୍କୁ ଆକ୍ରମଣ କରିଛନ୍ତି। ହଲ୍ଗର୍ଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। ପରେ କୁମାରଙ୍କୁ ଗିରଫ କରାଯାଇ ଅଟକ ରଖାଯାଇଛି। ଜିଆର୍ପି କହିଛି ଯେ ହିମାଚଳରେ ସେ ପର୍ଯ୍ୟଟକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଓ ତାଙ୍କ ପାସ୍ପୋର୍ଟଟିକୁ କୁଲ୍ଲ ଅଦାଲତରେ ଦାଖଲ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/1b141726-c17a-11e7-9033-2159153d9ac6.jpg)