ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ଭେଟିଲେ ଜର୍ମାନର ଚାନ୍ସେଲର ଆଂଗେଲା ମେର୍କେଲ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନର ଚାନ୍ସେଲର ଆଂଗେଲା ମେର୍କେଲ ନୂଆଦିଲ୍ଲୀରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ।

ଏହି ଅବସରରେ ଉଭୟ ନେତାଙ୍କ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ଏତଦ ବ୍ୟତୀତ ଭାରତ ଓ ଜାପାନ ମଧ୍ୟରେ ପ୍ରାୟ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ।ଆଂଗେଲା ମେର୍କେଲ ଗତକାଲି ଭାରତ ଗସ୍ତରେ ଆସି ଗୁରୁବାର ଦିଲ୍ଲୀ ପହଞ୍ଚିଥିଲେ । ବିମାନବନ୍ଦରରେ ଆଂଗେଲା ମେର୍କେଲଙ୍କୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସ୍ୱାଗତ କରିଥିଲେ । ନରେନ୍ଦ୍ର ମୋଦୀଙ୍କୁ ଆଲୋଚନା ପୂର୍ବରୁ
ମେର୍କେଲଙ୍କୁ ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯିବା ପରେ ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ଜଣାଯାଇଛି।

Image Source: The Times of India

ଜର୍ମାନୀର ଚାନ୍ସେଲର ଏଞ୍ଜେଲା ମର୍କେଲ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଲୋକ କଲ୍ୟାଣ ମାର୍ଗସ୍ଥିତ ନିବାସରେ ବୈଠକ କରିବେ । ଆଂଗେଲା ମେର୍କେଲ ଆସନ୍ତାକାଲି ଭାରନୀୟ ବ୍ୟବସାୟୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ଗୁରୁଗ୍ରାମସ୍ଥିତ କଣ୍ଟିନ୍ୟାସନାଲ ଅଟୋମେଟିଭ କମ୍ପୋନେଟ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଗସ୍ତ କରିବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, କିଛି ଦିନତଳେ ଜର୍ମାନର ଚାନ୍ସେଲର ଆଂଗେଲା ମେର୍କେଲ ଇମ୍ରାନ୍ ଖାନଙ୍କ ସହ କଶ୍ମୀର ପ୍ରସଙ୍ଗରେ କଥା ହେବା ପରେ ଏହାର ସବୁ ଦିଗଉପରେ ନଜର ରଖିଛନ୍ତି ଏବଂ ବିଚାରବିମର୍ଶ କରୁଛନ୍ତି ବୋଲି କହିଥିଲେ। ସେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଚାହାଁନ୍ତି ବୋଲି ବି ସେ କହିଥିଲେ। ଏଣୁ ଏହି ସାକ୍ଷାତକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର