ମସୁଦ୍‌ ପ୍ରସଙ୍ଗରେ ଭାରତକୁ ଜର୍ମାନୀର ସମର୍ଥନ

ନୂଆଦିଲ୍ଲୀ : ଜେଇଏମ୍‌ ମୁଖ୍ୟ ମସୁଦ୍‌ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗରେ ଏବେ ଜର୍ମାନୀ ବି ସମର୍ଥନ ଦେଇଛି। ଜେଇଏମ୍‌ ମୁଖ୍ୟ ମସୁଦ୍‌ର ସମ୍ପତ୍ତି ଜବତ ପାଇଁ ଫ୍ରାନ୍ସ ନିଷ୍ପତ୍ତି ନେଇଥିବାବେଳେ ବ୍ରିଟେନ୍‌ ଏବଂ ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ଦୃଢ଼ ସମର୍ଥନ କରୁଛନ୍ତି। ଜର୍ମାନୀ ଦୂତାବାସ ମୁଖପାତ୍ର ହାନ୍ସ ଖ୍ରିଷ୍ଟିଆନ୍‌  କହିଛନ୍ତି ଯେ ୟୁରୋପୀୟ ସଂଘରେ ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। ଫ୍ରାନ୍ସ ସହ ସହ‌ଯୋଗ ରଖି ଜର୍ମାନୀ ମଧ୍ୟ ଏହି ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଛି। ‌ତେବେ ୟୁରୋପୀୟ ସଂଘର ସମସ୍ତ ସଦସ୍ୟମାନେ ଏଥିରେ ରାଜି ହେବାପରେ ହିଁ ସୁରକ୍ଷା ଏବଂ ବିଦେଶ ନୀତି ସଂକ୍ରାନ୍ତ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର