ବର୍ଲିନ : ଜର୍ମାନୀରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ଏକ ଜନଗହଳିପୂର୍ଣ୍ଣ ଛକରେ ଲୋକଙ୍କ ଭିଡ଼କୁ ଏକ କାର୍ ଧକ୍କା ଦେବାଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଆଉ କିଛି ଲୋକ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ଜର୍ମାନୀର ମାନହାଇମରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଜନତାଙ୍କ ସହ ଧକ୍କା ଦେବାଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।
ଏହି ଘଟଣା ମାନହାଇମର ପାରାଡପ୍ଲାଟଜରେ ଘଟିଥିବା କୁହାଯାଉଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ପୁଲିସ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି।
ଏହି ଘଟଣା ମାନହାଇମର ପାରାଡପ୍ଲାଟଜରେ ଘଟିଥିବା କୁହାଯାଉଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ପୁଲିସ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି। ଜର୍ମାନ ପୋଲିସ ର ସୂଚନା ଅନୁଯାୟୀ, ପୋଲିସ ପୁରା ଘଟଣାର ତଦନ୍ତ କରୁଛି ଏବଂ ପ୍ରତ୍ୟେକ ଦିଗରୁ ମାମଲାର ତଦନ୍ତ କରାଯାଉଛି ।
ପୁଲିସ ମୁଖପାତ୍ର ଷ୍ଟିଫାନ୍ ୱିଲହେଲମ ସୂଚନା ଦେଇଛନ୍ତି ଯେ ରାତି ୧୨ଟା ୧୫ ମିନିଟ୍ ରେ ମାନ୍ହାଇମର ପାରାଡପ୍ଲାଟଜଠାରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହି ସମୟରେ ଆଉ କିଛି ସୂଚନା ଦେଇପାରିବି ନାହିଁ। ମାନ୍ହାଇମ୍ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଏହି ଘଟଣା ପରଠାରୁ ସିଟି ସେଣ୍ଟରରେ ପୁଲିସ ଅପରେସନ୍ ଜାରି ରହିଛି। ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଓ ଡାକ୍ତରଙ୍କ ଟିମ୍ ମଧ୍ୟ ପଠାଯାଇଛି। ସେ ଅଧିକ ସୂଚନା ଦେବାକୁ ମନା କରିଦେଇଥିଲେ।