ମଣିଷ ଶରୀରରେ କରୋନା ଟୀକାର ପରୀକ୍ଷଣ ପାଇଁ ଜର୍ମାନୀର ପ୍ରସ୍ତୁତି

ନୂଆଦିଲ୍ଲୀ : ସମଗ୍ର ବିଶ୍ୱର କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାବେଳେ ଏହାର ଟୀକା ବାହାର କରିବାକୁ ବିଶ୍ୱର ବୈଜ୍ଞାନିକମାନେ ରାତିଦିନ ଏକ କରିଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏବେ ପ୍ରାୟ ୭୦ଟି ଟୀକା ପରୀକ୍ଷଣ ସ୍ତରରେ ରହିଛି । ଏହା ମଧ୍ୟରୁ ୩ଟି ଟୀକା ମାନବ ପରୀକ୍ଷଣ ସ୍ତରକୁ ଆସିଗଲାଣି ।
ଏହିପରି ଏକ ଟୀକା ବିକାଶ କରିବା ଦିଗରେ ଜର୍ମାନୀ ଅଗ୍ରଗତି କରିଛି । ଜର୍ମାନୀ ଲାବ ବାୟୋଅନଟେକ ଓ ଆମେରିକୀୟ ଔଷଧ କମ୍ପାନି ଫାଇଜର ମିିଳିତଭାବେ ଏକ ଆରଏନଏ ଟୀକାର ବିକାଶ କରୁଛନ୍ତି । ନିକଟରେ ଜର୍ମାନର ଔଷଧ ନିୟନ୍ତ୍ରକ ଏହି ଟୀକାର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛନ୍ତି । ଏହା ଫଳରେ ମଣିଷ ଶରୀରରେ ଏହି ଟୀକାର ପରୀକ୍ଷଣ ସମ୍ଭବ ହୋଇପାରିବ । ଏହି ପରୀକ୍ଷଣ ପାଇଁ ଜର୍ମାନୀର ପଲ-ଏରଲିକ ପ୍ରତିଷ୍ଠାନକୁ ଅନୁମତି ଦିଆଯାଇଛି ।
ଅନ୍ୟପକ୍ଷରେ ଚୀନ ମଧ୍ୟ ଏକ ଟୀକାର ବିକାଶ କ୍ଷେତ୍ରରେ ଅଗ୍ରଗତି କରିଛି । ମିଳିଥିବା ସୂଚନା ଅନୁସାରେ ଚୀନର ଏହି ଟୀକାର ସଫଳ ପରୀକ୍ଷଣ ମୂଷା ଓ ମାଙ୍କଡ଼ ମାନଙ୍କ ଶରୀରରେ କରାଯାଇଛି ।

ସମ୍ବନ୍ଧିତ ଖବର