ଫିଲ୍ମ‘ଗଜ୍‌ନୀ’ରୁ ଅନୁପ୍ରାଣିତ ହୋଇ କରିଥିବା କାମ ଶେଷରେ ସାହାଯ୍ୟକୁ ଆସିଲା, ଘରକୁ ଫେରି ପାରିଲା ହଜିଲା ପୁଅ

ମୁମ୍ବାଇ : ବେଳେ ବେଳେ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟଗୁଡ଼ିକ ବାସ୍ତବ ଜୀବନରେ ଦେଖିବାକୁ ମିଳିଥାଏ । କିଛି ଲୋକ ଏହାକୁ ଅସଲ ଜୀବନରେ ଘଟିବ ବୋଲି ଭାବି ନ ଥାନ୍ତି । ବେଳେ ବେଳେ କିଛି ଲୋକ ଫିଲ୍ମରେ ଦେଖା ଯାଇଥିବା ସମାଧାନକୁ ନିଜ ବାସ୍ତବ ଜୀବନରେ ହେଉଥିବା ଅସୁବିଧାର ସମାଧାନ କରିବା ପାଇଁ ବ୍ୟବହାର କରିଥାନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛ ମହାରାଷ୍ଟ୍ରର କୁର୍ଲାରେ । ଯେଉଁଠି ଜଣେ ବାପା ଆମିର୍‌ ଖାନ୍‌ଙ୍କ ଫିଲ୍ମ ‘ଗଜନୀ’ରୁ ଅନୁପ୍ରାଣିତ ହୋଇ ନିଜ ସମାଧାନର ବାଟ ବାହାର କରିଥିବା ବେଳେ ତାହା ଏବେ ତାହା ଫଳପ୍ରଦ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, କୁର୍ଲାରେ ରହୁଥିବା ଭେଙ୍କଣ ଜଣେ ବସ ଚାଳକ ହୋଇଥିବା ବେଳେ ତାଙ୍କ ପୁଅ ଶିବାଙ୍କର ଭୁଲିବାର ରୋଗ ରହିଥିଲା । ‘ଗଜ୍‌ନୀ’ରେ ଆମିରଙ୍କୁ ଯେଉଁ ରୋଗ ହୋଇଥିଲା ଶିବା ସେହି ରୋଗର ଶିକାର ହୋଇଥିବା ଜାଣି ଭେଙ୍କଣଙ୍କ ଜଣେ ସାଙ୍ଗ ଫିଲ୍ମରେ ଆମିର ଯାହା କରୁଥିଲେ ତୁମେ ମଧ୍ୟ ତାହା କର ବୋଲି ଉପଦେଶ ଦେଇଥିଲେ । ସବୁ ଜିନିଷ ଭୁଲି ଯାଉଥିବାରୁ ଆମିର ନିଜ ଶରୀରରେ ସବୁ ସୂଚନା ଲେଖି ରଖୁଥିବା ବେଳେ ଭେଙ୍କଣ ମଧ୍ୟ ସେଭଳି ନିଜ ପୁଅ ଶିବା ହାତରେ ୫-୬ବର୍ଷ ପୂର୍ବରୁ ଘରର ଫୋନ୍‌ ନମ୍ବର ଟାଟୁ କରାଇ ଦେଇଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା ତାଙ୍କର ଏହି ସମାଧାନର ବାଟ ସତରେ ଏତେ ଫଳପ୍ରଦ ହେବ । କିଛି ଦିନ ତଳେ ଶିବା ଘରକୁ ଫେରୁଥିବା ବେଳେ ସ୍କୁଲ ବସ୍‌ରୁ ଓହ୍ଲାଇ ଲୁଚି ପଳାଇଥିଲେ । ଯାହା ପରେ ତାଙ୍କର କୌଣସି ପତ୍ତା ମିଳି ନଥିଲା । କିଛି ସମୟ ପରେ ଧନୟା ଯାଦବ ନାମ ଜଣେ ଟିସି ଭେଙ୍କଣଙ୍କୁ ଫୋନ କରି ଶିବା ଗୁରୁ ତେଗ୍‌ ବାହାଦୁର ନଗର ରେଳ ଷ୍ଟେସନ(ଜିଟିବିଏ)ରେ ତାଙ୍କ ପାଖରେ ଥିବା କହିଥିଲେ ।

VideoBlocks

ଏହା ଶୁଣି ଭେଙ୍କଣ ସେଠାରେ ପହଞ୍ଚି ଶିବାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଧନୟାଙ୍କୁ ପୂରା ଘଟଣା ପଚରାଯିବା ପରେ,ଶିବାଙ୍କୁ ଏକା ଦେଖି ମୁଁ ତାଙ୍କ ପାଖକୁ ଯାଇଥିଲି । କିନ୍ତୁ ସେ ମୋତେ ଦେଖି କାନ୍ଦିବାକୁ ଲାଗିଥିଲେ । ପରେ ମୁଁ ଏବଂ ଆଉ ଜଣେ ଯାତ୍ରୀ ତାଙ୍କୁ ବୁଝାଇବା ସହ ତାଙ୍କ ହାତରେ ଏକ ନମ୍ବର ଟାଟୁ କରାଯାଇଥିବା ଦେଖିଥିଲୁ । ସେ ନମ୍ବରରେ ଫୋନ କରିବା ପରେ ନମ୍ବରଟି ତାଙ୍କ ବାପାଙ୍କର ବୋଲି ଜଣା ପଡ଼ିଥିଲା ବୋଲି କହିଥିଲେ ଧନୟା ।

ସମ୍ବନ୍ଧିତ ଖବର