ଆଫଗାନିସ୍ତାନବାସୀଙ୍କୁ ଘନିଙ୍କ ସମ୍ବୋଧନ, ସାମରିକ ବାହିନୀକୁ ପୁଣି ସଂଗଠିତ କରାଯାଉଛି

କାବୁଲ : ତାଲିବାନ ଦ୍ରୁତ ଗତିରେ କାବୁଲ ଆଡ଼କୁ ଅଗ୍ରସର ହେଉଥିବାବେଳେ ଶନିବାର ଆଫଗାନିସ୍ତାନବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଅସରଫ ଘନି । ଦେଶକୁ ଆହୁରି ଅସ୍ଥିରତା ମଧ୍ୟକୁ ଯ଼ିବାକୁ ରୋକିବା, ହିଂସା ଓ ଲୋକଙ୍କ ବିସ୍ଥାପନକୁ ରୋକିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ସେ କହିଛନ୍ତି, ଦେଶର ରାଷ୍ଟ୍ରପତିଭାବେ ଦେଶକୁ  ଆହୁରି ଅସ୍ଥିରତା ମଧ୍ୟକୁ ଠେଲିଦେବା, ହିଂସା ଓ ଲୋକଙ୍କ ବିସ୍ଥାପନ ଆଦିକୁ ରୋକିବା ଉପରେ ସେ ଗୁରୁତ୍ବ ଦେଉଛନ୍ତି । ଏହା ସହିତ ଦେଶର ସାମରିକ ବାହିନୀ ଓ ସୁରକ୍ଷା ବାହିନୀକୁ ପୁଣି ସଂଗଠିତ କରିବାକୁ ସେ ଉଦ୍ୟମ କରୁଛନ୍ତି । ହିଂସା ରୋକିବା ଦିଗରେ ଅନ୍ତର୍ଜାତୀୟ ସମୁଦାୟ ତାଙ୍କ ଦେଶ ପଛରେ ଛିଡ଼ା ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନ ଉପରେ ନିଜର ନିୟନ୍ତ୍ରଣକୁ ଆହୁରି ଦୃଢ କରିଛି ତାଲିବାନ । ରାଜଧାନୀ କାବୁଲଠାରୁ ଆଉ ମାତ୍ର 40 କିଲୋମିଟର ଦୂରରେ ରହିଛି ଏହି ସଂଗଠନ । ତାଲିବାନ ଏବେ ମୋଟ 19ଟି ରାଜ୍ୟର ରାଜଧାନୀକୁ ଦଖଲ କରିସାରିଲାଣି ।

ସମ୍ବନ୍ଧିତ ଖବର