୪ଟି କାରରେ ନଗଦ ଅର୍ଥ ଭର୍ତ୍ତି କରି ପଳାଇଥିଲେ ଅସରଫ ଗ଼ନି

କାବୁଲ : ରବିବାର ତାଲିବାନ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଅଧିକାର କରିବା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗ଼ନି ଦେଶ ଛାଡ଼ି ପଳାୟନ କରିଥିଲେ । ତେବେ ପ୍ରଥମେ ସେ ଆଫଗାନିସ୍ତାନର ପଡ଼ୋଶୀ ଦେଶ ତୁର୍କମେନିସ୍ତାନକୁ ପଳାୟନ କରିଥିବା ଖବର ଆସିଥିଲା ।

କିନ୍ତୁ ଆଜି ଆସିଥିବା ଖବର ଅନୁଯାୟୀ ସେ ଓମାନରେ ଅଛନ୍ତି । ତାଙ୍କ ସହ ତାଙ୍କର କେତେକ ଘନିଷ୍ଠ ସହଯୋଗୀ ମଧ୍ୟ ଅଛନ୍ତି । ଓମାନରୁ ସେ ଆମେରିକା ଚାଲିଯିବାର ସମ୍ଭାବନା ରହିଛି । ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ସହାୟତାରେ ସେ ଆଫଗାନିସ୍ତାନ ଛାଡ଼ିଥିବା କୁହାଯାଉଛି ।

ତେବେ ଋଷିଆର ସ୍ପୁଟନିକ ନ୍ୟୁଜର ଏକ ରିପୋର୍ଟ ଅନୁସାରେ ସେ ଗଲାବେଳେ ତାଙ୍କ ସହିତ ୪ଟି କାରରେ ନଗଦ ଅର୍ଥ ଭର୍ତ୍ତି କରି ଯାଇଥିଲେ । ଏକ ହେଲିକପ୍ଟରରେ ଏସବୁ ନଗଦ ଅର୍ଥ ଭରି ସେ ତୁର୍କମେନିସ୍ତାନକୁ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କୁ ଲାଣ୍ଡିଂ ପାଇଁ ଅନୁମତି ନ ମିଳିବାରୁ ସେ ଓମାନ ପଳାଇଯାଇଥିଲେ । ଓମାନରେ ପହଞ୍ଚିବା ପରେ ସେ ଏକ ଟୁଇଟ୍  କରି ଜଣାଇଥିଲେ ଯେ ଆଫଗାନିସ୍ତାନରେ ଆଉ ରକ୍ତପାତକୁ ରୋକିବାକୁ ସେ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।

ସମ୍ବନ୍ଧିତ ଖବର