ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟିର ଜଣେ ସଦସ୍ୟ ଅନିଲ ଘନୱଟ ଆଜି ପ୍ରଧାନ ବିଚାରପତି ଏନ୍ଭି ରମଣାଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। କମିଟି ଗତ ମାର୍ଚ୍ଚରେ କୋର୍ଟରେ ଯେଉଁ ରିପୋର୍ଟ ଦାଖଲ କରିଥିଲା ଯଦି ସମ୍ଭବ ହୁଏ ଯଥାଶୀଘ୍ର ତାହାକୁ ପ୍ରକାଶ କରିନ୍ତୁ କିମ୍ବା ତାଙ୍କୁ ଏହା କରିବା ପାଇଁ ସୁଯୋଗ ଦେବାକୁ ସେ ଅନୁମତି ମାଗିଛନ୍ତି। ଘନୱଟ କହିଛନ୍ତି, ସରକାର ଆଗାମୀ ଶୀତ ଅଧିବେଶନରେ କୃଷି ଆଇନ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିବାରୁ କମିଟିର ରିପୋର୍ଟ ଆଉ ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ। କିନ୍ତୁ ରିପୋର୍ଟରେ କୃଷକଙ୍କ ପ୍ରସଙ୍ଗରେ କିଛି ପରାମର୍ଶ ରହିଛି ଯାହା କି ଜନସାଧାରଣଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ। ରିପୋର୍ଟ ଅନେକ କୃଷକଙ୍କ ଭୁଲ୍ ଧାରଣାକୁ ଦୂର କରିପାରିବ। କୃଷକଙ୍କୁ କିଛି ନେତା ଭୁଲ୍ ବାଟରେ ନେଇ ଯାଇଛନ୍ତି। ରିପୋର୍ଟ ଜାରି ହେଲେ ହିଁ ସେମାନଙ୍କୁ ବୁଝାଇ ହେବ। ଘନୱଟ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ଅନେକ ଦଶନ୍ଧି ଧରି ଭାରତୀୟ କୃଷକମାନେ ସେମାନଙ୍କ ନିଜ ଅଧିକାର ବଳରେ ଜଣେ ଜଣେ ବ୍ୟବସାୟୀ। କିନ୍ତୁ କିଛି ନିୟମ ପାଇଁ ସେମାନଙ୍କ ଉତ୍ପାଦର ସଠିକ୍ ମୂଲ୍ୟ ସେମାନେ ପାଇ ପାରୁନାହାନ୍ତି ବୋଲି ସେ କହିଛନ୍ତି।
ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଘନୱଟ: କୃଷି ଆଇନ ସଂକ୍ରାନ୍ତ କମିଟିର ରିପୋର୍ଟ ପ୍ରକାଶ ପାଇଁ ଅନୁରୋଧ
/sambad/media/post_attachments/wp-content/uploads/2021/11/65465d4g65da465gdagdgdagdagda.jpg)
/sambad/media/agency_attachments/2024-07-24t043029592z-sambad-original.webp)