ନୂଆଦିଲ୍ଲୀ: ଲଣ୍ଡନ୍ରେ ଆୟୋଜିତ ୨୦୧୮ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟଙ୍କ ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଚାରିଦିନିଆ ଗସ୍ତରେ ଯାଇ ଇଂଲଣ୍ଡ୍ ରେ ପହଞ୍ଚିଛନ୍ତି। ବୈଠକରେ ଯୋଗ ଦେଉଥିବା ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କ ସହ ସେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସଭାରେ ଯୋଗ ଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଲଣ୍ଡନ୍ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେମିତି ଶୁଦ୍ଧ ନିରାମିଶ ଭୋଜନ ପାଆନ୍ତି ସେଥିପାଇଁ ସ୍ୱତନ୍ତ୍ର ପାଚକ ନିଯୁକ୍ତି ପାଇଛନ୍ତି। ସେମାନେ ତାଙ୍କ ସକାଶ ଗୁଜରାତୀ ବ୍ୟଞ୍ଜନ ପ୍ରସ୍ତୁତ କରିବେ।
ପୂର୍ବାହ୍ନ ୯ରେ ପ୍ରଧାମନ୍ତ୍ରୀ ମୋଦି ବ୍ରିଟିସ୍ ପ୍ରଧାନମନ୍ତ୍ରୀ ତେରେସା ମେ’ଙ୍କ ସହ ଜଳଖିଆ ଖାଇବେ।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ ବେଳେ ଜଳଖିଆ ଏବଂ ଚାଲିଥିବା ରାଜ୍ୟଗୋଷ୍ଠୀ ସରକାର ମୁଖ୍ୟଙ୍କ ବୈଠକ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ ବକିଙ୍ଗ୍ହାମ୍ ଗେଟ୍ସ୍ଥିତ ସେଣ୍ଟ୍ ଜେମ୍ସ୍ କୋର୍ଟ ତାଜ୍ ହୋଟେଲ୍ର କାର୍ଯ୍ୟନିର୍ବାହୀ ପାଚକ ଶେନୋୟ କର୍ମାନିଙ୍କୁ ନିଯୁକ୍ତ କରାଯାଇଛି।
କର୍ମାନି ଏବଂ ତାଙ୍କର ଆଠଜିଣିଆ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଦ୍ଧ ନିରାମିଷ ଭୋଜନ ‘ଘର୍ କା ଖାନା’ ପରିବେଷଣ କରିବେ।
ସକାଳ ଜଳଖିଆରେ ରହିବ: ଚା ଓ କଫି, ପୋହା, ଉପମା, ପୁରି, ଭାଜି ଏବଂ ସୀରା।
ବକିଙ୍ଗ୍ହାମ୍ସ୍ଥିତ ତାଜ୍ ହୋଟେଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କ ପ୍ରତିନିଧି ଦଳଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯିବ।
ମଧ୍ୟାହ୍ନ ଭୋଜନ ମଧ୍ୟ ପାଚକ ଶେନୟ କର୍ମାଣିଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହେବ। ସେଥିରେ ରହିବ ଗୁଜରାଟୀ ବ୍ୟଞ୍ଜନ- ଖମାନ, ଧୋକ୍ଲା, ଖାଣ୍ଡଓ୍ଵି, ଡାଲି, ଡାଲି ପକୁଡ଼ି, ତୋରାଇ ମଶଲା, ମଶଲା ଦିଆ କଲରା, ପନୀର ଚକଟା ଏବଂ ଖିଚିଡ଼ି।
ପରିଷ୍କୃତ ଲହୁଣିରେ ଖାଦ୍ୟ ପ୍ରସ୍ତୁତ ହେବ।
ବ୍ରିଟିସ୍ ପ୍ରଧାନମନ୍ତ୍ରୀ ତେରେସା ମେ ରାତ୍ର ଭୋଜନ ଆୟୋଜନ କରିଛନ୍ତି।
ସରକାରୀ ମୁଖ୍ୟମାନଙ୍କ ସକାଶ ଏପ୍ରିଲ୍ ୨୦ ତାରିଖ ଦିନ ରାଜ୍ୟଗୋଷ୍ଠୀ ସଂଘ ସକାଳ ଜଳଖିଆ ବ୍ୟବସ୍ଥା କରିଛି।