‘ଘର୍‌ମେଁ ଘୁସ୍‌କେ ମାରେଗେଁ’: ସର୍ଜିକାଲ ଷ୍ଟ୍ରାଇକ୍‌ର ୪ର୍ଥ ବର୍ଷପୂର୍ତ୍ତିରେ ବିଜେପି ନିଜ ‘ବାର୍ତ୍ତା’କୁ ମନେ ପକାଇ କଲା ଭିଡିଓ ସେୟାର

ନୂଆଦିଲ୍ଲୀ: ସେପ୍ଟେଟର ୨୯, ୨୦୧୬ରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ଚତୁର୍ଥ ବାର୍ଷିକୀରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି (ମଙ୍ଗଳବାର) ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି।

‘ତାରିଖ- ୨୯ ସେପ୍ଟେଟର ୨୦୧୬ ନୂତନ ଭାରତରେ ଏକ ନୂତନ ସୁରକ୍ଷା ପଦ୍ଧତିର ହେଲା ସୂର୍ଯଦୋୟ! ବାର୍ତ୍ତାର ସ୍ୱର ଉଚ୍ଚ ଏବଂ ସ୍ପଷ୍ଟ ଥିଲା … ଛେଡୋଗେ ତୋ ଘର ମେଁ ଘୁସ୍‌ କେ ମାରେଙ୍ଗେଁ… ଜୟ ହିନ୍ଦ’… ବୋଲି ଏକ ଭିଡିଓ ସହିତ ଟ୍ଵିଟ୍‌ କରିଛି ବିଜେପି।

ଏହି ଭିଡିଓରେ ଦର୍ଶାଯାଇଛି ଯେ ଭାରତ କିପରି ନିଜକୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନେଲା ଏବଂ ଶତ୍ରୁମାନଙ୍କ ଘର ଭିତରେ ପଶି ସେମାନଙ୍କ ଉପରେ ଆକ୍ରମଣ କରିବାକୁ ସ୍ଥିର କଲା, ଯାହା ଫଳରେ ସେମାନେ ଜାଣିପାରିବେ ଯେ ସେମାନେ କୌଣସି ସ୍ଥାନରେ ବି ସୁରକ୍ଷିତ ନୁହଁନ୍ତି।
ବିଶ୍ୱ ଆମର ସଶସ୍ତ୍ର ବାହିନୀର ବୀରତ୍ୱକୁ ଦେଖିଲା ଏବଂ ଏକ ଉଦୀୟମାନ ଭାରତ ପ୍ରତି ଧ୍ୟାନ ଦେଲା। ଏହି କ୍ଲିପ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବିବୃତ୍ତିକୁ ମଧ୍ୟ ଦେଖିବାକୁ ମିଳିଛି। ଯେତେବେଳେ ସେ କହିଥିଲେ: ଯଦି କେହି ନୂଆ ଭାରତ ସହ ଭାଣ୍ଡାମି କରନ୍ତି ତେବେ ଦେଶ ତାଙ୍କୁ କ୍ଷମା କରିବ ନାହିଁ।

ସମ୍ବନ୍ଧିତ ଖବର