ନୂଆଦିଲ୍ଲୀ: ଗାଜିଆବାଦରୁ ଏକ ଦୁଃଖଦ ଖବର ଆସିଛି। ଜିଲ୍ଲା ଏବଂ ସେସନ୍ସ ଜଜଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ ଜଜଙ୍କ ନାମ ଆଶିଷ ଗର୍ଗ।

Advertisment

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଶିଷ ଗର୍ଗଙ୍କ ଅଗଷ୍ଟ ୧୦ତାରିଖରେ ଯଶୋଦା ହସ୍ପିଟାଲରେ ହାର୍ନିଆ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କର ଅସ୍ତ୍ରୋପଚାର ସଫଳ ରହିବା ସହିତ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଯାଇଥିଲେ। ଏହାପରେ ଡାକ୍ତର ଘରକୁ ଯିବା ପାଇଁ ଜଜଙ୍କ ଛୁଟି କରି ଦେଇଥିଲା। 

ଆଶିଷ ଗର୍ଗ ଓ ତାଙ୍କ ପରିବାର ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ଜଜ ହୃଦଘାତର ଶିକାର ହୋଇଥିଲେ। ଆଶିଷଙ୍କ ପୁଅ ସଙ୍ଗେସଙ୍ଗେ ଡାକ୍ତରଙ୍କ ପାଖକୁ ଯାଇ ବାପାଙ୍କ ଏ ଅବସ୍ଥା ବିଷୟରେ ଜଣାଇଥିଲେ। ଦୁଃଖର ବିଷୟ ଡାକ୍ତର ଚିକିତ୍ସା ପରେ ଆଶିଷଙ୍କୁ ମୃତ ଘୋଷଣା କରିଥିଲେ।  

ସୂଚନାଯୋଗ୍ୟ, ଜଜ ଆଶିଷ ଗର୍ଗ ଉତ୍ତର ପ୍ରଦେଶର ମୁଜାଫରନଗରର ବାସିନ୍ଦା ଥିଲେ। ଉଚ୍ଚ ନ୍ୟାୟିକ ସେବାର ଜଣେ ସମ୍ମାନିତ ସଦସ୍ୟ ଭାବରେ ସେ ମଥୁରାରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ଆହ୍ଲାବାଦ ହାଇକୋର୍ଟରେ ଦୁଇ ବର୍ଷ ପାଇଁ ରେଜିଷ୍ଟ୍ରାର ଜେନେରାଲ ଥିଲେ। ୨୦୨୫ ମଇ ୫ତାରିଖରେ ତାଙ୍କୁ ଗାଜିଆବାଦରେ ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାବରେ ନିଯୁକ୍ତ କରାଯାଇଥିଲା।