ଗାଜିଆବାଦ୍‌: ହିନ୍ଦୁ ସଙ୍ଗଠନଗୁଡ଼ିକ ପ୍ରତି ସମର୍ଥନ ଦେଖାଉଥିବାରୁ ଉତ୍ତର ପ୍ରଦେଶ ଅନ୍ତର୍ଗତ ଗାଜିଆବାଦର ଜଣେ ଡାକ୍ତର ଆମେରିକାର ଗୋଟାଏ ‘ହ୍ବାଟ୍ସ୍‌ଆପ୍‌’ ନମ୍ବରରୁ ହତ୍ୟା ଧମକ ପାଉଛନ୍ତି।

Advertisment

ଅଭିଯୁକ୍ତ ଡାକ୍ତରଙ୍କୁ ‘ସର୍‌ ତନ୍‌ ସେ ଜୁଦା’ ବା ‘ଗଣ୍ଡିରୁ ମୁଣ୍ଡ ଅଲଗା’ ହେବା ଦେବା ସହ ହିନ୍ଦୁ ସଙ୍ଗଠନଗୁଡ଼ିକୁ ସମର୍ଥନ ନ କରିବାକୁ ପରାମର୍ଶ ଦେଇଛନ୍ତି। ତା’ ନ ହେଲେ ତାଙ୍କର ମୁଣ୍ଡକାଟ ହେବ ବୋଲି ସେ କହିଛନ୍ତି।

ଡାକ୍ତରଙ୍କୁ ସେ ଆହୁରି ମଧ୍ୟ କହିଛନ୍ତି, ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ନା, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆପଣଙ୍କୁ ରକ୍ଷା କରିବାକୁ ସମର୍ଥ ହେବେ। ଆମେ ଆପଣଙ୍କ ଅଞ୍ଚଳରେ ସାମରିକ ପର୍ଯ୍ୟବେକ୍ଷଣ କରିସାରିଛୁ।

publive-image Image Courtesy of News Track

ଗଣମାଧ୍ୟମକୁ ସର୍କଲ୍‌ ଅଫିସର୍‌ ଦୁବେ କହିଛନ୍ତି, ଧମକ ପାଇଥିବା ଡାକ୍ତର ହେଉଛନ୍ତି ସିହାନି ଗେଟ୍‌ ଥାନା ଅନ୍ତର୍ଗତ ଲୋହିଆ ନଗର ଫାଣ୍ଡି ନିକଟରେ ୨ ଦଶନ୍ଧି ‌ହେବ ନିଜସ୍ବ କ୍ଲିନିକ୍‌ ଚଳାଉଥିବା ଅରବିନ୍ଦ ୱତ୍‌ସ୍‌। ସୋମବାର ଦିନ ଦାଏର କରିଥିବା ଅଭିଯୋଗରେ ସେ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ନମ୍ବର ଥିବା ଗୋଟାଏ ମୋବାଇଲ୍‌ ନମ୍ବର୍‌ରୁ ସେ ହତ୍ୟା ଧମକ ପାଉଛନ୍ତି।

publive-image Image Courtesy of India Today

ହିନ୍ଦୁ ସଙ୍ଗଠନ ସହିତ ସମ୍ପୃକ୍ତ ଥିବା ଅରବିନ୍ଦ ୱତ୍‌ସ୍‌ ଦେଇଥିବା ‘ଏଫ୍‌ଆଇଆର୍‌’ରେ ଲେଖିଛନ୍ତି, ସେପ୍ଟେମ୍ବର ପହିଲାରେ ସେ ଆମେରିକାସ୍ଥିତ ନମ୍ବରରୁ ହ୍ବାଟ୍‌ସ୍‌ଆପ୍‌ରୁ ୨ଟି ମିସ୍‌ଡ୍‌ କଲ୍ ପାଇଛନ୍ତି। ଶୋଇ ପଡ଼ିଥିବାରୁ ସେ ଉକ୍ତ କଲ୍‌ ଆଟେଣ୍ଡ୍‌ କରିପାରି ନ ଥିଲେ। କଲ୍‌ବ୍ୟାକ୍‌ କରିବାରୁ ସେ ନମ୍ବରରେ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।

ପୁଣି ସେପ୍ଟେମ୍ବର ୭ ତାରିଖ ଦିନ ସେ ଉକ୍ତ ନମ୍ବରରୁ ପୁଣି କଲ୍‌ ପାଇଥିଲେ। ହିନ୍ଦୁ ସଙ୍ଗଠନକୁ ସମର୍ଥନ କଲେ ଭୟାବହ ପରିଣାମ ଭୋଗିବେ ବୋଲି ସେ ଧମକ ଦେଇଥିଲେ।

ତାଙ୍କ ‘ଏଫ୍‌ଆଇଆର୍‌’କୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅପରାଧୀମାନଙ୍କୁ ଧରିବା ଲାଗି ପୁଲିସ ଓ ‘ସାଇବର୍‌ ସେଲ୍‌’ ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି।