ଆଖି ବୁଜିଲେ ସାମ୍ବାଦିକ ବିକ୍ରମ ଯୋଶୀ

ଗାଜିଆବାଦ୍‌ : ଗୁଳିମାଡ଼ର ଶିକାର ହୋଇ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଉତ୍ତରପ୍ରଦେଶ ସାମ୍ବାଦିକ ବିକ୍ରମ ଯୋଶୀଙ୍କର ଆଜି ମୃତ୍ୟୁ ହୋଇଯାଇଛି। ଯୋଶୀଙ୍କୁ ଗତ ସୋମବାର ରାତିରେ ତାଙ୍କ ୨ ଝିଅଙ୍କ ଆଗରେ ଗୁଳି କରାଯାଇଥିଲା। ଉକ୍ତ ମାମଲାରେ ୯ ଜଣ ଗିରଫ ହୋଇଛନ୍ତି। ମାମଲାରେ ୨ ଜଣ ପୁଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଯୋଗୀ ସରକାର ଆଜି ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ସାମ୍ବାଦିକଙ୍କ ପତ୍ନୀଙ୍କୁ ଚାକିରି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର