ଗାଜିଆବାଦ: ଗ୍ରାହକଙ୍କୁ ପରିସ୍ରା ମିଶା ଫଳ ରସ ଦେଇ ଗିରଫ ହେଲେ ଦୋକାନୀ। ଦୋକାନରେ ପରିସ୍ରା ଭର୍ତ୍ତି ଥିବା ଡବା କାହିଁକି ରଖାଯାଇଛି ବୋଲି ଉତ୍ତର ଦେଇନପାରିବାରୁ ଗିରଫ କଲା ପୁଲିସ। ଦୋକାନୀକୁ ଗିରଫ କରିବା ସହ ଏକ ୧୫ବର୍ଷୀୟ ବାଳକକୁ ପୁଲିସ ଅଟକ ରଖିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତଜଣକ ହେଲେ ଅମୀର।
ग़ाज़ियाबाद में जूस वाला जूस में पेशाब मिलाकर ग्राहकों को पिला रहा है। पकड़े जाने पर पब्लिक ने मरम्मत की है। आमिर व कैफ नाम के व्यक्ति को गिरफ्तार किया है।इनके पास से लगभग 1 लीटर पेशाब भी मिला है।@Uppolice@ghaziabadpolicepic.twitter.com/FDPOTLlroQ
— Madan Mohan Soni (@madanjournalist) September 13, 2024
ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଜନସାଧାରଣଙ୍କ ଅଭିଯୋଗ ପରେ ଆମେ ଅମୀରକୁ ଗିରଫ କରିଛୁ। ଜୁସ୍ ବିକ୍ରେତା ଅମୀର ମଣିଷ ପରିସ୍ରା ମିଶାଇ ଲୋକଙ୍କୁ ଜୁସ୍ ପିଇବାକୁ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୁଲିସ ଦୋକାନରେ ପହଞ୍ଚିବା ପରେ ସେଠାରେ ପରିସ୍ରା ଭର୍ତ୍ତି ଡବା ରଖାଯାଇଥିବା ଦେଖିବାକୁ ପାଇଥିଲା। ଜୁସ୍ ଦୋକାନରେ ପରିସ୍ରା ଭର୍ତ୍ତି ଡବା କାହିଁକି ରଖିଛ ବୋଲି ପଚରାଯିବାରୁ ଆମୀର କୌଣସି ଉତ୍ତର ଦେଇପାରିନଥିଲା। ଏହା ପରେ ତାକୁ ଗିରଫ କରାଯାଇଛି। ତା’ ସହ ଆଉ ଜଣେ ନାବାଳକକୁ ମଧ୍ୟ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/I2ZpPFUwxVZGblFBcXhN.jpg)