ମା’ ରଖିଥିବା କୋଡ଼୍‍ ଓ୍ଵାର୍ଡ଼ ପାଇଁ ଅପହରଣରୁ ବର୍ତ୍ତିଲେ ନାବାଳିକା,ଜାଣନ୍ତୁ କୋର୍ଡ଼ ଓ୍ଵାର୍ଡ଼ ପଛର କାହାଣୀ

ଗାଜିଆବାଦ୍‌ : ଆଜିକାଲି ଦେଶର ପ୍ରତିଟି କୋଣରେ ଛୋଟ ପିଲମାନଙ୍କୁ ଅପହରଣ କରାଯାଇ ଶିଶୁ ଶ୍ରମିକଭାବେ କାମ କରାଇବା ପାଇଁ ଅନ୍ୟ ରାଜ୍ୟ ବା ଦେଶକୁ ପଠାଯାଉଛି । ତେବେ ଏହି ବିପଦରୁ ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ଗାଜିଆବାଦ୍‌ର ଜଣେ ମହିଳା ନେଇଥିବା ପଦକ୍ଷପକୁ ଏବେ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ପ୍ରଥମେ ପରିବାର ଲୋକେ ମହିଳାଙ୍କ ଏହି ପଦକ୍ଷପକୁ ଠିକ୍‌ ଭାବରେ ବୁଝି ପାରି ନଥିବା ବେଳେ ଏବେ ତାକୁ ବୁଝିବା ସହ ଦେଶରେ ସମସ୍ତେ ନିଜ ନିଜ ପିଲାମାନଙ୍କୁ ବଞ୍ଚାଇବା ପାଇଁ ଏପରି କିଛି କରିବା ଦରାକର ବୋଲି ଲୋକମାନେ କହିବା ଆରମ୍ଭ କରିଛନ୍ତି ।

Momspresso

ସୂଚନା ମୁତାବକ, ୧୨ବର୍ଷର ଜଣେ ନାବାବଳିକା ଘର ପାଖରେ ଥିବା ଦୋକାନକୁ କିଛି କିଣିବା ପାଇଁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କୁ ତାଙ୍କ ବାପାଙ୍କ ଦୁର୍ଘଟଣା ହୋଇଛି ବୋଲି କହି ଅପହରଣ କରିବା ପାଇଁ ଚେଷ୍ଟା କରିଥିଲେ । ବାପାଙ୍କ ଦୁର୍ଘଟଣାର ଖବର ଶୁଣି ନାବାଳିକା ଜଣଙ୍କ ଉକ୍ତ ଯୁବକଙ୍କୁ ବାପା କହିଥିବା କୋଡ଼୍‍ କୁହ ବୋଲି ପଚାରିଥିଲେ । ଏହା ଶୁଣି ଯୁବକ ଜଣଙ୍କ କିଛି ନ ବୁଝି ପାରି ସେଠାରୁ ପଳାଇଥିଲେ । ଘରେ ଆସି ନାବାଳିକା ଜଣଙ୍କ ଏହି ଘଟଣା ବିଷୟରେ କହିବା ପରେ ତାଙ୍କ ମା’ କୋଡ଼ ରଖିବାର ଲକ୍ଷ୍ୟ ପୂରଣ ହୋଇଛି ଭାବି ଖୁସି ହୋଇଥିଲେ । ତାଙ୍କ ଏହି କୋଡ଼ ପଛର କାରଣ ପଚରାଯିବାରୁ, ଏହି କୋଡ଼୍‍ କେବଳ ଆମ ପରିବାର ଲୋକଙ୍କ ପାଇଁ ମୁଁ ରଖିଥିଲି । ଯାହା ବିଷୟରେ ଆଉ କେହି ଜାଣି ନାହାନ୍ତି । ଯଦି କେହି ପିଲାମାନଙ୍କୁ ଆମ ନାଁ କହି ଡ଼ାକେ ତେବେ ସେମାନଙ୍କୁ ମୁଁ ରଖିଥିବା କୋଡ଼ ବିଷୟରେ ପଚାରିବା ପାଇଁ ମୁଁ ପିଲାମାନଙ୍କୁ କହିଥିଲି । ଏଭଳି ହେବା ଦ୍ୱାରା ମାତା-ପିତାଙ୍କ ନାମ କହି ପିଲାମାନଙ୍କୁ ଅପହରଣ କରୁଥିବା ଲୋକମାନେ ତାହା କରି ପାରିବେ ନାହିଁ । ଯାହା ଆଜି ପ୍ରମାଣ ହୋଇଛି । ଯଦି ମୁଁ କୋଡ଼୍‍ ନ ରଖିଥାନ୍ତି ତାହେଲେ ମୋ ଝିଅ ଆଜି ଆମ ପାଖରେ ନଥାନ୍ତା । ଏହି ଖବର ପ୍ରସାର ହେବା ପରେ ମହିଳାଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର