ଉଜ୍ଜୟନୀ: ସମ୍ପ୍ରତି ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ଗରମ ଥିବାବେଳେ ରାଜ୍ୟରେ ସୋମବାରଠାରୁ 'ଭୂତ ମେଳା' ଆରମ୍ଭ ହୋଇଛି। ‘ଭୂତ’ର ଏହି ମେଳା ମହାକାଳଙ୍କ ସହରର ଉଜ୍ଜୟନୀରେ ଆୟୋଜିତ ହୋଇଛି। ଦୁଷ୍ଟ ଆତ୍ମାଠାରୁ ମୁକ୍ତି ପାଇବା ପାଇଁ ଉଜ୍ଜୟନୀର ବାୱନ କୁଣ୍ଡରେ ଆୟୋଜିତ ଏହି 'ଭୂତ ମେଳା'ରେ ଯୋଗଦେବାକୁ ବହୁ ଦୂରରୁ ଲୋକେ ଆସିଛନ୍ତି। 'ଭୂତ ମେଳା'ର ପ୍ରଥମ ଦିନରେ ପହଞ୍ଚିଥିବା ଲକ୍ଷ ଲକ୍ଷ ଭକ୍ତ ଶିପ୍ରା ନଦୀରେ ବୁଡ଼ ପକାଇଛନ୍ତି।

Advertisment

ବିଶ୍ବାସ କରାଯାଏ ମେଳା ସମୟରେ ବାୱନ୍ କୁଣ୍ଡରେ ବୁଡ଼ ପକାଇବା ଦ୍ବାରା ଦୁଷ୍ଟ ଆତ୍ମାମାନଙ୍କଠାରୁ ମୁକ୍ତି ମିଳିଥାଏ। ସୂଚନା ଅନୁଯାୟୀ, ପ୍ରତିବର୍ଷ ଭୁତଡି ଅମାବାସ୍ୟା ଅବସରରେ ଉଜ୍ଜୟନୀଠାରୁ ୧୪ କିଲୋମିଟର ଦୂରରେ ଥିବା କାଲିଆଦେହ ମହଲରେ ଏହି ମେଳା ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଭୁତଡି ଅମାବାସ୍ୟା ସୋମବାର ପଡ଼ିଛି। ବିଶ୍ୱାସ କରାଯାଏ ଯେ ଭୁତଡି ଅମାବାସ୍ୟା ଦିନ କାଲିଆଦେହ ମହଲରେ ବାୱନ୍ କୁଣ୍ଡରେ ବୁଡ଼ ପକାଇବା ଦ୍ବାରା ଦୁଷ୍ଟ ଆତ୍ମାମାନଙ୍କଠାରୁ ମୁକ୍ତି ମିଳିଥାଏ।

ଏହି କାରଣରୁ, ଲୋକମାନେ ସୋମବାର ସକାଳୁ ଏଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁତଡି ଅମାବାସ୍ୟା ଅବସରରେ ବହୁ ସଂଖ୍ୟାରେ ଭକ୍ତ ସୋମବାର 'ଭୂତ ମେଳା'ରେ ପହଞ୍ଚି ବାୱନ୍ କୁଣ୍ଡରେ ଗାଧୋଇଥିଲେ। ଏହା ପରେ ଭୈରବ ମହାରାଜଙ୍କୁ ପୂଜା କରିବାକୁ ମନ୍ଦିରକୁ ଯାଇଥିଲେ।

ସ୍ଥାନୀୟ ଲୋକମାନେ କୁହନ୍ତି କୁଣ୍ଡରେ ଗାଧୋଇବା ଦ୍ୱାରା କାର୍ଯ୍ୟ କୌଣସି ବାଧା ବିନା ସମ୍ପନ୍ନ ହୁଏ। ଯଦି ସୋମବାର ଦିନ ଭୁତଡି ଅମାବାସ୍ୟା ପଡେ ତେବେ ଏହାକୁ ସୋମବତୀ ଅମାବାସ୍ୟା ମଧ୍ୟ କୁହାଯାଇଥାଏ।