ରାଉରକେଲା : ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସର ଟାଣୁଆ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଆଜି ରାଜ୍ୟସଭାରେ ନିଜର ଶେଷ ଉଦବୋଧନ ରଖିଛନ୍ତି। ଏହି ବିଦାୟୀ ଅଭିଭାଷଣରେ ଶ୍ରୀ ଆଜାଦ ମନଖୋଲି ନିଜ ଜୀବନର ଅନେକ ଅଭୁଲା ମୂହୁର୍ତ୍ତ ବଖାଣିଥିଲେ । ସେ ଜୀବନରେ ମାତ୍ର ୫ ଥର ଚିତ୍କାର କରି କାନ୍ଦିଥିବା କହିଥିଲେ। ଇନ୍ଦିରା ଗାନ୍ଧି, ସଞ୍ଜୟ ଗାନ୍ଧି, ରାଜୀବ ଗାନ୍ଧିଙ୍କ ଅକାଳ ବିୟୋଗ, ୧୯୯୯ ମସିହାରେ ଓଡ଼ିଶାର ମହାବାତ୍ୟା ଓ ୨୦୦୫ ମସିହାରେ ଗୁଜୁରାଟରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ କାନ୍ଦିଥିଲେ ବୋଲି କହିଛନ୍ତି।
/sambad/media/post_attachments/4003c2f0a0ef43f249d12bc7a33053fdc122adebb54e0c2a5823d35fb98ae240.jpg)
ବିଦାୟୀ ଅଭିଭାଷଣରେ ଶ୍ରୀ ଆଜାଦ ୧୯୯୯ ଓଡ଼ିଶା ମହାବାତ୍ୟା ଓ ତତ୍କାଳୀନ ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କୁ ମନେ ପକାଇଥିଲେ। ସେ କହିଥିଲେ, ଓଡ଼ିଶାରେ ମହାବାତ୍ୟା ସମୟରେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା। ସେତେବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମହାବାତ୍ୟା ବିଷୟରେ କହିବା ସହ ଓଡ଼ିଶା ଗସ୍ତ କରିବାକୁ କହିଥିଲେ। ନିର୍ଦ୍ଦେଶ ମୁତାବକ ଓଡ଼ିଶା ଗସ୍ତ କରିଥିଲି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲାବେଳକୁ ଲୁଲୁ ତାଙ୍କର ପ୍ରାୟ ୧ ହଜାର ଯୁବକର୍ମୀଙ୍କ ସହ ପହଞ୍ଚିଥିଲେ। ରାସ୍ତା ଉପରେ ଗଛ ପଡ଼ିବା ସହ ପାଣି ଭର୍ତ୍ତି ଥିବାରୁ ଚାଲିଚାଲି ଯିବାକୁ ପଡ଼ିବ ବୋଲି ଲୁଲୁ ସୂଚନା ଦେଇଥିଲେ । ପରେ ଆମେ ହଜାରେ ଯୁବକର୍ମୀଙ୍କ ସହ ରାସ୍ତା ଉପରେ ପଡ଼ିଥିବା ଗଛ ସଫା କରି ପ୍ରାୟ ୧୦/୧୨ କିଲୋମିଟର ଚାଲିଚାଲି ସୁମଦ୍ର ତଟ ଯାଏଁ ଯାଇଥିଲୁ। ତିନି ଦିନ ତିନି ରାତି ରାସ୍ତା ସଫା କରି ସମୁଦ୍ର ତଟରେ ପହଞ୍ଚିଲାବେଳକୁ ଯାହା ଦେଖିଲି, ତାହା ହୃଦୟ ବିଦାରକ ଥିଲା। ସମୁଦ୍ରକୂଳରେ ଶହ ଶହ ଶବ ଭାସୁଥିଲା; ଯାହାକୁ ଦେଖି ଚତୁର୍ଥ ଥର ପାଇଁ ଚିତ୍କାର କରି କାନ୍ଦିଥିଲି ବୋଲି ଶ୍ରୀ ଆଜାଦ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/a8767b3e-98b2-480c-83cd-15e99b959ba4.jpg)