ଗୁଲାମନବୀଙ୍କୁ ଶ୍ରୀନଗରରୁ ଦିଲ୍ଲୀ ଫେରାଗଲା

ଶ୍ରୀନଗର : ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ଆଜି ସକାଳେ ଶ୍ରୀନଗର ଗସ୍ତରେ ବାହାରିଥିଲେ। କିନ୍ତୁ ତାଙ୍କୁ ଶ୍ରୀନଗର ସହରକୁ ପ୍ରବେଶ କରିବା ଅନୁମତି ମିଳିନାହିଁ। ଶ୍ରୀନଗର ବିମାନବନ୍ଦରରେ ତାଙ୍କୁ ଅଟକା ଯାଇଥିଲା ଏବଂ ଅପରାହ୍ନରେ ତାଙ୍କୁ ପୁଣି ଥରେ ଦିଲ୍ଲୀ ପଠାଇ ଦିଆଯାଇଛି। ଧାରା ୩୭୦ ଉଚ୍ଛେଦ ପରେ କଂଗ୍ରେସ କର୍ମୀମାନଙ୍କ ସହ ଆଲୋଚନା କରିବା ପାଇଁ ଗୁଲାମନବୀ ଆଜି ଶ୍ରୀନଗର ବ‌ାହାରିଥିଲେ। ସେ କହିଛନ୍ତି ରାଜ୍ୟରେ ସରକାରୀ କଟକଣା ଯୋଗୁଁ ସମସ୍ୟାରେ ଥିବା ଲୋକମାନଙ୍କୁ ଭେଟିବାକୁ ସେ ଚାହୁଥିଲେ, କିନ୍ତୁ ତାଙ୍କୁ ଅନୁମତି ମିଳିଲାନି। ପ୍ରାୟ ୪୦୦ ଲୋକ ଏବେ ଜମ୍ମୁ କଶ୍ମୀରରେ ଅଟକ ରହିଛନ୍ତି ଏବଂ ପୁର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ଓମାର ଅବଦୁଲ୍ଲା ମଧ୍ୟ ଗିରଫ ହୋଇଛନ୍ତି। ଆଜାଦ୍‌ କହିଛନ୍ତି ଏବେ ପ୍ରାୟ ୨୨ଟି ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଛି। ଯାହା କେବେ ବି ପୂର୍ବରୁ ‌ଦେଖିବାକୁ ମିଳିନଥିଲା।

ସମ୍ବନ୍ଧିତ ଖବର