ନୂଆଦିଲ୍ଲୀ: ସୂର୍ଯ୍ୟରେ ଏକ ବିଶାଳ ଗର୍ତ୍ତ ଉପରେ ଏବେ ପୂରା ବିଶ୍ବର ଜ୍ୟୋତିର୍ବିଜ୍ଞାନୀମାନଙ୍କ ନଜର ରହିଛି। ସୂର୍ଯ୍ୟଙ୍କ ପୃଷ୍ଠରେ ସୃଷ୍ଟି ହୋଇଥିବା ଏକ ବିରାଟ କରୋନାଲ୍ ଛିଦ୍ର ପୃଥିବୀ ଉପରେ କିଭଳି ପ୍ରଭାବ ପକାଇବ ତାହାକୁ ନେଇ ଗବେଷଣା ଜାରି ରହିଛି। ଡିସେମ୍ବର ୨ରେ ଉତ୍ପନ୍ନ ଏହି ଅନ୍ଧକାର ଛିଦ୍ରର ବିସ୍ତାର ହୋଇଛି ଏବଂ ଏହା ପ୍ରାୟ ୪,୯୭,୦୦୦ ମାଇଲର ଏକ ଅସାଧାରଣ ଆକାରକୁ ବୃଦ୍ଧି ପାଇଛି।

Advertisment

ଏହା ଏତେ ବଡ଼ ଯେ ଏଥିରେ ୬୦ଟି ପୃଥିବୀ ରହିଯାଇପାରିବ। ଏହି ଗର୍ତ୍ତରୁ ଅଭୂତପୂର୍ବ ସୌର ବିସ୍ଫୋରଣ ଆଶଙ୍କା କରାଯାଉଛି ଯାହାକି ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିପାରେ। ସୂର୍ଯ୍ୟରେ ଗର୍ତ୍ତ ଅସ୍ୱାଭାବିକ ନଥିଲେ ମଧ୍ୟ ଏହାର ଅତି ବିଶାଳ ଆକାର ଏବଂ ସମୟ ବୈଜ୍ଞାନିକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୂଚନାଯୋଗ୍ୟ, ଏହି ଘଟଣାଗୁଡ଼ିକ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ସହିତ ସଂଯୋଗ ହୋଇ ରହିଛି ଏବଂ ୨୦୨୪ରେ ଏହା ପୃଥିବୀ ପାଇଁ ସମସ୍ୟା ସୃଷ୍ଟି କରିପାରେ।