ଆମେରିକାର ବୋଝ ଉପରେ ନଳିତା ବିଡ଼ା : କରୋନା ସାଙ୍ଗକୁ ଏବେ ଘାରିଛି ବିରୁଡ଼ି ଆତଙ୍କ

ନୂଆଦିଲ୍ଲୀ : ବିଶ୍ବୁମହାମାରୀ କୋଭିଡ୍-୧୯ ସଂକ୍ରମଣ ଏଯାବତ୍ ଆମେରିକାର ପ୍ରାୟ ସାଢେ଼ ୧୨ ଲକ୍ଷ ନାଗରିକଙ୍କୁ ଘାଇଲା କରିବା ସହ ୭୩ ହଜାରରୁ ଅଧିକଙ୍କ ଜୀବନ ନେଇ ସାରିଲାଣି। ତେବେ ବିଶ୍ବର ଏହି ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କରୋନାଭୂତାଣୁ ସହ ଲଢେ଼ଇ ଜାରି ରଖିଥିବା ବେଳେ ଏବେ ଏକ ନୂତନ ଆତଙ୍କରେ ଯୁଝି ହେଉଥିବା ଜାଣିବାକୁ ମିଳିଛିା ଏକ ବିରାଟ ଆକୃତିର ବିରୁଡି଼ ପଲଙ୍କ ଉପଦ୍ରବ ଆମେରିକା ପ୍ରଶାସନ ପାଇଁ ମୁଣ୍ତବିନ୍ଧାର କାରଣ ପାଲଟିଛିା ଭେସ୍ପା ମାଣ୍ତାରିନିଆ ନାମକ ଏହି ସ୍ବତନ୍ତ୍ର ପ୍ରଜାତିର ବିରୁଡି଼ ବଂଶ ଏବେ କାନାଡ଼ା ସୀମାନ୍ତ ୱାସିଂଟନ ଭିତରକୁ ପଶିଆସିଥିବା ବେଳେ ସେଗୁଡି଼କ କେମିତି ଅଚିରେ ନିପାତ ହେବେ ତାହା ହିଁ ଆହ୍ବାନ ପାଲଟିଛିା ଏହି ଦଂଶନପ୍ରିୟ ବିରୁଡି଼ ସାଧାରଣତଃ ଦକ୍ଷିଣପୂର୍ବ ଏସିଆ, ଚୀନ୍ ଏବଂ ତାଇୱାନରେ ଦେଖାଯାଆନ୍ତିା

ଗତ ଡିସେମ୍ବର ମଧ୍ୟଭାଗ ବେଳକୁ ୱାସିଂଟନ ଅନ୍ତର୍ଗତ ବ୍ଲେନ୍ ଅ‌ଳର ଜଣେ ଗୃହକର୍ତ୍ତା ଏହାକୁ ଠାବ କରିଥିଲୋ ତେବେ ଏହି ବିପଜ୍ଜନକ ପତଙ୍ଗଗୁଡି଼କ ଏତେ ଦୂରରେ ଥିବା ସେମାନଙ୍କ ମୂଳ ଭୂଖଣ୍ତ ଛାଡି଼ ଆମେରିକାକୁ କେମିତି ଆସିିଲେ, ତାହା ଉପରେ ସରକାରୀ ଭାବେ କିଛି ଜଣାପଡ଼ିନାହିାଁ ପ୍ରାୟ ଦେଡ଼ ଇ‌ଞ୍ଚ ଯାଏ ବଡ଼ିପାରୁଥିବା ଏହି ପ୍ରଜାତିର ବିରୁଡ଼ିଗୁଡି଼କ ସେମାନଙ୍କ ଶରୀରର ଆକାର ଅନୁଯାୟୀ ଜଣଙ୍କୁ ଏକାଧିକ ବାର ଦଂଶନ କରିବା ସହ ଅଧିକ ମାତ୍ରାରେ ବିଷାକ୍ତ ରସ ମଧ୍ୟ ଛାଡି଼ଦେଇପାରିଥାନ୍ତିା ଏହା ଦ୍ବାରା ମଣିଷରୀ ଦଂଶିଥିବା ଅଙ୍ଗର ମାଂସ କ୍ରମଶଃ ପଚିଯାଇଥାଏା ଅବଶ୍ୟ ସ୍ବାଭାବିକ ଭାବେ ସେମାନେ ଯଦିଓ ମନୁଷ୍ୟ କି ଗୃହପାଳିତ ଜୀବଙ୍କୁ ଦଂଶିନଥାନ୍ତି, ତେବେ ନିଜ ଉପରେ ବିପଦ ଆସିଲେ ସେମାନେ କାହାକୁ ବି ଛାଡି଼ନଥାନ୍ତିା ସେମାନଙ୍କ ଶୁଣ୍ଢ ମହୁମାଛିଠାରୁ ଅଧିକ ଲମ୍ବ ଏବଂ ଶକ୍ତ ହେବା ସହ ସେମାନଙ୍କ ଦଂଶନରେ ଅଧିକ ବିଷ ନିର୍ଗତ ହେଉଥିବାରୁ ଏକାଧିକ ଦଂଶନରେ ମନୁଷ୍ୟ ମଧ୍ୟ ମୃତ୍ୟୁମୁଖରେ ପଡି଼ବାର ଆଶଙ୍କା ରହିଛି। ଏପରିକି ସେମାନେ ମହୁମାଛିଗୁଡି଼କୁ ଶିକାର କରି ଖାଇଯିବା ସହ ମହୁଫେଣାରେ ନିଜର ଆସ୍ଥାନ ଜମାଇ ବଂଶବୃଦ୍ଧି ମଧ୍ୟ କରିଥାନ୍ତିା

ଏହି ପ୍ରଜାତିର ମାତ୍ର କେଇଟା ବିରୁଡି଼ ଅଳ୍ପ ସମୟ ଭିତରେ ଏକ ବିରାଟ ମହୁଫେଣାକୁ ମହୁମାଛିଶୂନ୍ୟ କରିଦେବାରେ ସମର୍ଥା।ଏପରି ସ୍ଥଳେ ମାଡି଼ଆସୁଥିବା ଏହି ବିରୁଡି଼ପଲ ଦେଶର ମହୁଚାଷକୁ ସମ୍ପୂର୍ଣ୍ଣ ଉଜାଡି଼ଦେବେ ବୋଲି କୃଷି ବିଭାଗ ଆଶଙ୍କା ପ୍ରକଟ କରିଛିା ତେଣୁ ଏଭଳି ସ୍ଥିତି ଉପୁଜିବା ଆଗରୁ ସେମାନଙ୍କୁ କିଭଳି ସମୂଳ ଧ୍ବଂସ କରାଯିବ ତାହା ଉପରେ କୃଷିବୈଜ୍ଞାନିକମାନେ ଉପାୟ ଚିନ୍ତା କରୁଛନ୍ତିା

ସମ୍ବନ୍ଧିତ ଖବର