୧ ଲକ୍ଷ ଟଙ୍କା ସାଙ୍ଗକୁ ରୂପା ବିସ୍କୁଟ: କର୍ମୀଙ୍କୁ ଦୀପାବଳି ଉପହାର ଦେଇ ଫସିଲେ ମନ୍ତ୍ରୀ

ବାଙ୍ଗାଲୋର: ଦୀପାବଳି ଅବସରରେ ଆପଣଙ୍କୁ ମିଠା ପ୍ୟାକେଟ ବା କିଛି ଉପହାର ମିଳିଥିବ | ଅଧିକାଂଶ କମ୍ପାନିମାନେ ସେମାନଙ୍କ କର୍ମଚାରୀଙ୍କୁ ମିଠା ପ୍ୟାକେଟ ଦେଇଛନ୍ତି | ତେବେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ଏବେ ଏମିତି କିଛି ଉପହାର ଦେଇଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇଛି | ବାସ୍ତବରେ କର୍ଣ୍ଣାଟକ ପର୍ଯ୍ୟଟନ ମନ୍ତ୍ରୀ ଆନନ୍ଦ ସିଂ ତାଙ୍କ ନିର୍ବାଚନମଣ୍ଡଳୀର ନୂତନ ନିର୍ବାଚିତ ସଦସ୍ୟମାନଙ୍କୁ ମହଙ୍ଗା ଦୀପାବଳି ଉପହାର ଦେବା ନେଇ ବିବାଦ ଉପୁଜିଛି | ମନ୍ତ୍ରୀ ଆନନ୍ଦ ସିଂ ଦୁଇଟି ସେଟ୍ ଗିଫ୍ଟ ବାକ୍ସ ବଣ୍ଟନ କରିଥିଲେ | ଗୋଟିଏ ଗିଫ୍ଟ ବାକ୍ସ ମହାନଗର ନିଗମର କର୍ପୋରେଟରଙ୍କ ପାଇଁ ଥିବାବେଳେ ଅନ୍ୟଟି ଗ୍ରାମ ପଞ୍ଚାୟତ ସଦସ୍ୟଙ୍କ ପାଇଁ ଥିଲା |

ମ୍ୟୁନିସିପାଲିଟି କର୍ପୋରେସନ୍ ସଦସ୍ୟମାନଙ୍କୁ ପଠାଯାଇଥିବା ଉପହାର ବାକ୍ସରେ ୧ ଲକ୍ଷ ଟଙ୍କା, ୧୪୪ ଗ୍ରାମ ସୁନା, ୧ କିଲୋଗ୍ରାମ ରୂପା, ଏକ ରେଶମ ଶାଢି, ଧୋତି ଏବଂ ଶୁଖିଲା ଫଳ ବାକ୍ସ ରହିଥିଲା। ତେବେ ଗ୍ରାମ ପଞ୍ଚାୟତ ସଦସ୍ୟମାନେ ୧୪୪ ଗ୍ରାମ ସୁନା ବ୍ୟତୀତ ୧ କିଲୋଗ୍ରାମ ରୂପା, ଏକ ରେଶମ ଶାଢି, ଧୋତି ଏବଂ ଶୁଖିଲା ଫଳ ବାକ୍ସ ମିଳିଥିଲା | ଯାହାକୁ ଦେଖି କର୍ମୀ ଆଶ୍ଚର୍ଯ୍ୟ ହେବା ସହ ଏଭଳି ମୂଲ୍ୟବାନ ଉପହାର ପାଇ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଅନ୍ୟପଟେ ମନ୍ତ୍ରୀଙ୍କ ଏଭଳି ମୂଲ୍ୟବାନ ଉପହାରକୁ ନେଇ ବିବାଦ ମଧ୍ୟ ଦେଖାଦେଇଛି |

ସମ୍ବନ୍ଧିତ ଖବର