ପୁଣି ବିବାଦରେ ଗିରିରାଜ

ନୂଆଦିଲ୍ଲୀ: ଭାରତରେ ଉଦ୍‌୍‌ବେଗଜନକ ଭାବେ ବଢ଼ିଚାଲିଥିବା ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଆଇନର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ଆଇନ ତିଆରି ହେଲେ ହିଁ ସୁଫଳ ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି। ୫୪ଟି ଜିଲ୍ଲାରେ ହିନ୍ଦୁ ଜନସଂଖ୍ୟା କମିଯାଇଛି। ଯଦି ଜନସଂଖ୍ୟା ନିୟନ୍ତ୍ରଣ କରାନଯିବ ତାହେଲେ ସାମାଜିକ ଶାନ୍ତି ଓ ସଦ୍‌୍‌ଭାବ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଉତ୍ତର ପ୍ରଦେଶର ଆମ୍‌ରୋହରେ ଗିରିରାଜ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ନହେଲେ ଭାରତ ପୁଣି ୨୦୧୭ରେ ଆଉ ଏକ ବିଭାଜନ ଆଡ଼କୁ ମୁହାଁଇବ ବୋଲି ଗିରିରାଜ କହିଛନ୍ତି।

ସମ୍ବନ୍ଧିତ ଖବର