ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ରବିବାର ଦିନ ନୂଆଦିଲ୍ଲୀ ଫେରିବା ପୂର୍ବରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଗିରିରାଜଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଉତ୍ତରପ୍ରେଦଶର ଅତିକ ଅହମ୍ମଦକୁ ଯେପରି ହତ୍ୟା କରାଗଲା ଏହାଦ୍ବାରା ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିଯାଇଛି କି ପ୍ରଶ୍ନ ପଚାରିଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପାଲଟା ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ଦୁଇ ମାସ ତଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା, ସେତେବେଳେ ଆଇନ ଶୃଙ୍ଖଳା ସ୍ଥିତି କ’ଣ ଥିଲା? ଅତିକ ଅହମ୍ମଦ ସମାଜବାଦୀ ପାର୍ଟିର ଗୁମର ଖୋଲିବେ ବୋଲି କୁହାଯାଉଥିଲା, ସେଥିପାଇଁ ବୋଧେ ତାଙ୍କୁ ରାସ୍ତାରୁ ହଟାଇ ଦେଲେ।
ସେହିପରି ସମ୍ବଲପୁର ଘଟଣା ଉଠାଇ କହିଥିଲେ, ଯାହା ଘଟିଲା ତାହା ଦୋହଲାଇବା ଦେବା ଭଳି ଘଟଣା। ଏଠିକା ସରକାରଙ୍କୁ ମୋର ପ୍ରଶ୍ନ ସରକାର ତୁଷ୍ଟୀକରଣ କରୁଛନ୍ତି ନା ଉତ୍ତେଜନାକାରୀଙ୍କୁ ବଞ୍ଚାଉଛନ୍ତି। ଓଡ଼ିଶାର ହିନ୍ଦୁମାନେ କେବେ ବି କାହା ଉପରେ ପଥର ଫୋପାଡ଼ି ନାହାନ୍ତି, କାରଣ ଆମେ ‘ବସୁଧୈବ କୁଟୁମ୍ବକମ୍’ରେ ବିଶ୍ବାସ କରୁ।