ନିର୍ବାଚନରେ ହାରିବା ଜାଣି ହିଂସା କରାଉଛନ୍ତି ମମତାଙ୍କ ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗକୁ ଜଣେ ଅପରାଧୀଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଅଧିକାରୀଙ୍କୁ ହତ୍ୟା ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ମମତା ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି | ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପରାଜୟ ଭୟରେ ଭୟଭୀତ ହୋଇ ମମତା ସରକାର ସେଠାରେ ହିଂସା କରାଉଛନ୍ତି | ଏଭଳି ପରିସ୍ଥିତିରେ ମମତାଙ୍କ ସରକାର ପଶ୍ଚିମବଙ୍ଗରେ ହିଂସା କରାଇ ବିଜେପିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବର୍ତ୍ତମାନ ପୂର୍ବ ପରିସ୍ଥିତି ଆଉ ନାହିଁ। ପଶ୍ଚିମବଙ୍ଗର ଲୋକମାନେ ସବୁକିଛି ବୁଝୁଛନ୍ତି । ସେମାନେ ଏହି ଆତଙ୍କୀ ସରକାରକୁ ବୁଝିସାରିଲେଣି |

ସୂଚନା ଥାଉ କି ବିହାରର କିଶାନଗଞ୍ଜ ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର ଗାଲପୋଖର ପୁଲିସ ଷ୍ଟେସନ ଅଞ୍ଚଳର ପନ୍ତପଡା ଗାଁରେ ଗତକାଲି ଏକ ଘଟଣା ଘଟିଥିଲା | ଏକ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିହାର ପୁଲିସ ଟିମ୍ ଗାଁରେ ପହଞ୍ଚିଥିଲା।

ତେବେ ଏଠାକାର କିଛି ଲୋକ ବିହାର ପୁଲିସର ଏହି ଟିମ ଉପରେ ଅତର୍କିତ ଆକ୍ରମଣ କରିଥିଲେ | ଏଥିରେ ଟିମର ନେତୃତ୍ୱ ନେଉଥିବା ଥାନା ଅଧିକାରୀଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିଲେ | ଅଭିଯୁକ୍ତ ମାନେ ଥାନା ଅଧିକାରୀ ଅଶ୍ୱିନୀ କୁମାରଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ । ଏହି ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା | ତେବେ ଏଭଳି କାମ ମମତା କରାଇଥିବାର କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଥିଲେ |

ସମ୍ବନ୍ଧିତ ଖବର