ଇଂରାଜୀ ବୁଝିପାରୁନାହିଁ ପାକିସ୍ତାନ ! କହିଲେ ଗିରିରାଜ ସିଂ

ପାଟନା: ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ) ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ନିଜର ରାୟ ପ୍ରକାଶ କରିଛନ୍ତି | ଅଦାଲତ କୁଳଭୂଷଣଙ୍କ ଫାଶୀ ଉପରେ ରହିତାଦେଶ ଲଗାଇବା ସହ ତାଙ୍କୁ ସଂପୂର୍ଣ୍ଣ ଦୂତାବାସ ସହାୟତା ଉପଲବ୍ଧ କରିବା ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାକିସ୍ତାନ ମାମଲାର ପୁନର୍ବିଚାର କରିବାକୁ କହିଛନ୍ତି । ତେବେ ଏହାକୁ ନେଇ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ ପାକ ସରକାରଙ୍କର ବିଜୟ ହୋଇଛି |

ଏହାକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଗିରିରାଜ ସିଂ | ଗିରିରାଜ ପାକିସ୍ତାନ ସରକାରଙ୍କ ଟ୍ୱିଟରର ଜବାବ ଦେଇ ଲେଖିଛନ୍ତି ଯେ , ରାୟ ଇଂରାଜୀରେ ଶୁଣାଯାଇଥିବାରୁ,ଏହା ଆପଣଙ୍କ ଭୁଲ ନୁହେଁ |

ଅର୍ଥାତ ଗିରିରାଜ ଲେଖିଛନ୍ତି ଯେ ଇଂରାଜୀ ଭାଷାରେ ରାୟ ପ୍ରକାଶ ପାଇଥିବାରୁ ପାକିସ୍ତାନ ଏହଁ ବୁଝିପାରିନାହିଁ ତେଣୁ ଏଭଳି ବିଜୟ ପ୍ରତିକ୍ରିୟା ପ୍ରକାଶ କରିଛି | ଆଇସିଜେ ପାକିସ୍ତାନକୁ ଭତ୍ସନା କରିବା ସହ ପାକିସ୍ତାନ ଭିଏନା ଚୁକ୍ତି ଉଲ୍ଲଙ୍ଘନ କରିଥିବାର କହିଥିଲେ | କିନ୍ତୁ ପାକିସ୍ତାନ ସରକାର ଭାରତ ସରକାରଙ୍କର ପରାଜୟ ବୋଲି ଉଲ୍ଲେଖ କରିଥିଲେ |

ସମ୍ବନ୍ଧିତ ଖବର