ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧାକ୍ରିଷ୍ଣ ମାଥୁର

ଶ୍ରୀନଗର : ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହରାଇଥିଲା । ଏହା ସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା । ଏବେ ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଉପରାଜ୍ୟପାଳମାନେ ଶପଥ ନେଇଛନ୍ତି । ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧାକ୍ରିଷ୍ଣ ମାଥୁର ଶପଥ ଗ୍ରହଣ କରିଥିବା ବେଳେ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଗୁଜୁରାଟ କ୍ୟାଡରର ବରିଷ୍ଠ ଓଡ଼ିଆ ଆଇଏଏସ୍‌ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ । ଗୁରୁବାର ଶ୍ରୀନଗରର ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧା କ୍ରିଷ୍ଣ ମାଥୁର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଅକ୍ଟୋବର ୨୧ରେ ରାଧା କ୍ରିଷ୍ଣ ମାଥୁରଙ୍କୁ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।

Girish Chandra Murmu Takes Oath as First Lieutenant Governor of Jammu And Kashmir, RK Mathur Becomes L-G of Ladakh
latestly.com

ସୂଚନା ମୁତାବକ, ଗୁରୁବାର ଏହି ଶପଥ ଗ୍ରହଣ ଉତ୍ସବଟି ଅନୁଷ୍ଠିତ ହୋଇଥିବା ବେଳେ ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଦୁହିଁଙ୍କୁ ଶପଥ ଗ୍ରହଣ କରାଇଥିଲେ । ଏହି ଉତ୍ସବରେ ଲେହ ଓ କାର୍‌ଗିଲର ଅଧିକାରୀମାନେ ଉପସ୍ଥିତ ରହିବା ସହ ବିଭିନ୍ନ ଧାର୍ମିକ ନେତା, ସେନା, ଅର୍ଦ୍ଧସୈନିକ ବଳ ଓ ସାଧାରଣ ଜନତା ଉତ୍ସବରେ ଉପସ୍ଥିତ ରହିଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର