ଗିରିଶ ଚନ୍ଦ୍ର ମୁର୍ମୁ ଦେଶର ସିଏଜି ନିଯୁକ୍ତ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ପୂର୍ବତନ ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର କମ୍ପ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ ହୋଇଛନ୍ତି । ସେ ରାଜୀବ ମହର୍ଷିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ୧୯୮୫ ବ୍ୟାଚ ଆଇଏଏସ ଅଫିସର ଶ୍ରୀ ମୁର୍ମୁ ଗତକାଲି ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି । ସେ ଗତ ବର୍ଷ ପ୍ରଥମ ଥର ପାଇଁ ନବଗଠିତ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ ।

ସମ୍ବନ୍ଧିତ ଖବର