ଜୟପୁର: ରାଜସ୍ଥାନର କୋଟପୁଟଲି-ବେହେରା ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ବୋରୱେଲ ଭିତରେ ଜଣେ ତିନି ବର୍ଷର ବାଳିକା ଖସିପଡ଼ିବା ପରେ ଏବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ୧୫୦ ଫୁଟ୍ ଗଭୀର ବୋରୱେଲରୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।
ସରୁଣ୍ଡରେ ଥିବା ନିଜ ପିତାଙ୍କ ଜମିରେ ଖେଳୁଥିବା ବେଳେ ଚେତନା ନାମକ କୁନି ଝିଅଟି ବୋରୱେଲରେ ଖସି ପଡ଼ିଥିଲା। ସରୁଣ୍ଡ ଏସ୍ଏଚ୍ଓ ମହମ୍ମଦ ଇମ୍ରାନ କହିଛନ୍ତି ଯେ ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ଏକ ରଡ୍ରେ ଲାଗିଥିବା ହୁକ ସାହାଯ୍ୟରେ ଝିଅଟିକୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି।
କ୍ୟାମେରା ମାଧ୍ୟମରେ କୁନି ଝିଅର ଗତିବିଧିକୁ କଏଦ କରାଯାଇଛି। ବୋରୱେଲ ଭିତରକୁ ଏକ ଅମ୍ଳଜାନ ପାଇପକୁ ସଂଯୋଗ କରାଯାଇଛି। ଏହି ଘଟଣାରେ ଶିଳ୍ପ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଅଧିକାରୀଙ୍କ ସହ କଥା ହୋଇ ଝିଅଟିକୁ ତୁରନ୍ତ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/24/3rRcpxwXNOzZ6oO5pa4G.jpg)