ଫେସବୁକ୍‌ରେ ନାବାଳିକାକୁ ନିଲାମ୍‌

ନୂଆଦିଲ୍ଲୀ: ସୋସିଆଲ୍‌ ନେଟ୍‌ୱର୍କିଂ ସାଇଟ୍‌ ଫେସ୍‌ବୁକ୍‌ର ଅପବ୍ୟବହା ନେଇ ଏକ ଗୁରୁତର ମାମଲା ସାମ୍ନାକୁ ଆସିଛି। ଦକ୍ଷିଣ ସୁଦାନ୍‌ର ଜଣେ ନାବାଳିକାକୁ ତା’ ପରିବାର ସଦସ୍ୟ ନିଲାମ ଡାକିଛନ୍ତି। ଅକ୍ଟୋବର ୨୫ରେ ଏନେଇ ଫେସ୍‌ବୁକ୍‌ ପୋଷ୍ଟ୍‌ କରାଯାଇଥିଲା। ଫେସ୍‌ବୁକ୍‌ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ବହୁ ବିଳମ୍ବ ହୋଇଯାଇଛି। ଫେସ୍‌ବୁକ୍‌ ଗତ ୯ ତାରିଖରେ ଏହି ପୋଷ୍ଟ୍‌ଟିକୁ ହଟାଇବା ସହ ଆକାଉଣ୍ଟ୍‌ଟିକୁ ସମ୍ପୂର୍ଣ୍ଣ ବ୍ଲକ୍‌ କରିଦେଇଛି। କିନ୍ତୁ ଏହା ପୂର୍ବରୁ ଗତ ୩ ତାରିଖରେ ନାବାଳିକାଙ୍କ ନିଲାମ ଓ ବିବାହ ସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର