ପୂର୍ଣ୍ଣିଆ(ବିହାର) : ପରିବେଶକୁ ପରିଷ୍କାର ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଯାହାଦ୍ୱାରା ଦେଶରେ ସ୍ୱଚ୍ଛତା ଆସିବା ସହ ଘରେ ଘରେ ଶୌଚାଳୟ ତିଆରି କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅଭିଯାନକୁ ଆହୁରି ଫଳପ୍ରଦ କରିବା ପାଇଁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ‘ଟଏଲେଟ୍‌: ଏକ ପ୍ରେମ କଥା’ ଭଳି ଫିଲ୍ମ ସମସ୍ତଙ୍କ ପାଖରେ ପହଞ୍ଚାଇଥିଲେ । ଯେଉଁଥିରେ ସେ ଶୌଚାଳୟର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । ଫିଲ୍ମ ରିଲିଜ୍‌ ପରେ ଏହାର ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିଥିବାର ଦେଖାଯାଇଥିଲା । ଏବେ ବିହାରରେ ଥିବା ପୂର୍ଣ୍ଣିଆରେ ଶୌଚାଳୟ ସହ ଜଡ଼ିତ ଏକ ଘଟଣା ଘଟିଛି ।

Advertisment

ସୂଚନା ମୁତାବକ,ସୋନି ନିଜ ବିବାହ ପୂର୍ବରୁ ଭାବିସ୍ୱାମୀ କୈସରଙ୍କ ଆଗରେ ଦୁଇଟି ସର୍ତ୍ତ ରଖିଥିଲେ । ପ୍ରଥମ ସର୍ତ୍ତରେ ତୁମ ଘରେ ଶୌଚାଳୟ ଅଛି କି ନାହିଁ ବୋଲି ପଚାରିଥିବା ବେଳେ କୈସର ଗର୍ବର ସହ ହଁ ଭରିଥିଲେ । ଦ୍ୱିତୀୟ ସର୍ତ୍ତ ଥିଲା ବିବାହ ନିମନ୍ତ୍ରଣ ପତ୍ରରେ ପରିବାର ନିୟୋଜନର ବାର୍ତ୍ତା ଛାପିବା । ନିଜ ଭାବିପତ୍ନୀଙ୍କ ଏହି ଦୁଇଟି ସର୍ତ୍ତ ଶୁଣି କୈସର ଖୁସି ହେବା ସହ ଏହା କରିବା ପାଇଁ ହଁ ଭରିଥିଲେ । ଯାହା ପରେ ବିବାହ ନିମନ୍ତ୍ରଣ ପତ୍ରରେ ସ୍ୱଚ୍ଛତା ଏବଂ ପରିବାର ନିୟୋଜନର ବାର୍ତ୍ତା ଦିଆଯାଇ ସମସ୍ତଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା ।