ନୂଆଦିଲ୍ଲୀ: ଲକ୍ଷ୍ମୌସ୍ଥିତ ରାମ ମନୋହର ଲୋହିୟା ନ୍ୟାସନାଲ ଲ ୟୁନିଭର୍ସିଟି ହ‌ଷ୍ଟେଲରୁ ଜଣେ ୧୯ବର୍ଷୀୟ ଛାତ୍ରୀଙ୍କ  ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ନାମ ଅନିକା ରସ୍ତୋଗି । ସେ ଏଲଏଲବିର ତୃତୀୟବର୍ଷର ଛାତ୍ରୀ ଥି‌ଲେ।

Advertisment

ଅନିକା ରସ୍ତୋଗି ଆଇପିଏସ ସନ୍ତାଷ ରସ୍ତୋଗିଙ୍କ ଝିଅ। ଯିଏକି ଦିଲ୍ଲୀ ଏନଆଇଏରେ ଆଇଜି ପଦରେ ନିୟୋଜିତ ଅଛନ୍ତି। 

ମୃତ ଛାତ୍ରୀଙ୍କ ସାଙ୍ଗମାନଙ୍କ କହିବାନୁସାରେ, ଅନିକା ରାତିରେ ନିଜ କୋଠରିକୁ ଯାଇଥିଲା। ସକା‌ଳେ ଅନେକ ସମୟ ଧରି ତାର କବାଟ ଖୋଲା ନଯିବାରୁ ଆମେ ତାକୁ ଡାକି ଥିଲୁ କିନ୍ତୁ  କୌଣସି ପ୍ରତିକ୍ରିୟା ପାଇ ନଥିଲୁ। ତେଣୁ ବାଧ୍ୟ ହୋଇୁ ସେ ରହୁଥିବା କୋଠରି କବାଟ ଭାଙ୍ଗି ଦେଇଥିଲୁ। 

କବାଟ ଭାଙ୍ଗିଲା ବେଳକୁ ସେ ଚଟାଣରେ ଅଚେତ ଅବସ୍ଥାରେ ପଡ଼ିଥିଲା। ଆମେ ତାକୁ ଘଟଣାସ୍ଥଳରୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ହେଲେ ଦୁଃଖର ବିଷୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। 

ଏହାପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନିକାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ।
ଅନିକାଙ୍କ ଏଭଳି ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହେବା ଘଟଣାକୁ ନେଇ ପୁଲିସ, ପ୍ରଶାସନ ଓ ବିଶ୍ବବିଦ୍ୟାଳୟର ପ୍ରିନ୍ସପାଲ ଚିନ୍ତାରେ ପଡ଼ି ଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହିତ ଅନିକାଙ୍କ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦେଇଛି।