ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର କୋଝିକୋଡର ଏକ ରୋଡ ସୋ’ରେ ପହଞ୍ଚିଥିଲେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଶିଶୁକୁ ଉଠାଇ ସ୍ନେହର ସହ ଚୁମ୍ବନଟିଏ ଦେଇଥିଲେ। ଶିଶୁଟି ବି ଅତି ନୀରିହ ସ୍ୱରରେ ‘ରାହୁଲ ଗାନ୍ଧି ଜିନ୍ଦାବାଦ’ ବୋଲି କହିଥିଲା। ଏହି ପୂରା ଘଟଣାର ଭିଡିଓ ଅଲ ଇଣ୍ଡିଆ ମହିଳା କଂଗ୍ରେସ ଟୁଇଟର ଆକାଉଣ୍ଟରେ ସେୟାର କରାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓରେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।
ଟୁଇଟର ବ୍ୟବହାରକାରୀ @ TypoMantri ଲେଖିଛନ୍ତି, ଏଠାରେ କେତେ ସ୍ନେହ। @Anjanku ୭୩୩୦୪୫୭୦ ଲେଖିଛନ୍ତି, ‘ମାନବୀୟ ଚେହେରା ସହିତ ରାଜନୀତି’। ମାନବୀୟ ମୂଲ୍ୟ ସହିତ ରାଜନୀତି।
Your sunday deserves some cuteness. pic.twitter.com/vxMLvn2whR
— All India Mahila Congress (@MahilaCongress) June 9, 2019
କେରଳର ଓ୍ଵାଏନାଡ ଲୋକସଭା ଆସନରୁ ବିଜୟ ହାସଲ କରିବା ପରେ ରାହୁଲ ଗାନ୍ଧି ଦୁଇଦିନ ରାଜ୍ୟରେ ରୋଡ ସୋ’ କରିଥିଲେ। ଏବଂ ଜନତାଙ୍କୁ ଧନ୍ୟବାଦ ଦେଇଥିଲେ। ସେ ଏଠାରେ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଆକ୍ଷେପ କରି ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ‘ମିଥ୍ୟା’, ‘ବିଷ’ ଓ ‘ଘୃଣା’ରେ ଭରି ରହିଥିଲା ବୋଲି କହିଛନ୍ତି। ଏପଟେ କଂଗ୍ରେସ ସତ୍ୟତା, ସ୍ନେହ ଓ ଭଲପାଇବା ସହିତ ଛିଡା ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କହିବାନୁସାରେ, ମୋର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିବା ଆବଶ୍ୟକ। ଆମେ ଜାତୀୟସ୍ତରରେ ବିଷ ସହିତ ଲଢ଼ୁଛୁ ଏବଂ ଏହା ଜାରି ମଧ୍ୟ ରହିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି।