ତ୍ରିଚୀ: ତାମିଲନାଡ଼ୁ ତିରୁଚିରାପଲ୍ଲୀ ଏକ ପରିତ୍ୟକ୍ତ ବୋରୱେଲର ୭୦ଫୁଟ ତଳକୁ ଖସି ପଡ଼ି ଗତ ଚାରି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବା ଦୁଇ ବର୍ଷ ବାଳକ ସୁଜିତ ୱିଲସନ୍ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ବେଳର ଦୃଶ୍ୟକୁ ଟେଲିଭିଜନ୍ରେ ଘନଘନ ପ୍ରସାରଣ କରାଯାଉଥିଲା।
/sambad/media/post_attachments/wp-content/uploads/2019/10/IMG-20191025-WA0028-750x430-1-300x172.jpg)
ଘରେ ବସି ଟେଲିଭିଜନ୍ରେ ସୁଜିତ ଓ୍ଵିଲସନ୍ର ଉଦ୍ଧାରକାର୍ଯ୍ୟ ବେଳର ଦୃଶ୍ୟ ଦେଖୁଥିବା ବେଳେ ଥ୍ରେସପୁରମ ଗ୍ରାମର ଦମ୍ପତ୍ତି ନିଜର ୩ବର୍ଷର କନ୍ୟା ସନ୍ତାନକୁ ସବୁଦିନ ପାଇଁ ହରାଇ ଦେଇଛନ୍ତି। ବାପା ମା’ ଟେଲିଭିଜନ୍ ଦେଖିବାରେ ମଜି ଯାଇଥିବା ବେଳେ ଶିଶୁଟି ପାଣିକୁଣ୍ଡରେ ବୁଡି ଯାଇଥିଲା।
/sambad/media/post_attachments/wp-content/uploads/2019/10/girl-drown-1572340993-300x169.jpg)
ଫଳରେ ଘଟଣାସ୍ଥଳରେ ହିଁ ତାର ପ୍ରାଣବାୟୁ ଉଡି ଯାଇଥିଲା। ମା’-ବାପା ଟିଭି ପାଖରୁ ଉଠି ଶିଶୁକୁ ଖୋଜି ଥିଲେ। ଖୋଜିଖୋଜି ପାଣି କୁଣ୍ଡ ପାଖରେ ପହଞ୍ଚିଲା ବେଳକୁ ଶିଶୁଟି ପାଣିକୁଣ୍ଡ ଭିତରେ ନିଶ୍ଚଳ ହୋଇ ପଡ଼ି ରହିଥିଲା। ସଙ୍ଗେସଙ୍ଗେ ରେବତୀ ସଞ୍ଜନାକୁ ମା’-ବାପା ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Untitled-1-copy-15.jpg)